Home ଜିଲ୍ଲା ପରିକ୍ରମା ଭଦ୍ରକ ହଜାରୀନଗରରେ “ମୌଲା ଅଲୀ” କନଫେରନ୍ସ ପାଳିତ

ଭଦ୍ରକ ହଜାରୀନଗରରେ “ମୌଲା ଅଲୀ” କନଫେରନ୍ସ ପାଳିତ

3

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ହଜାରୀ ନଗରଠାରେ “ଗୋଲାମାନେ ଅହଲେ ବଏତ” କମିଟି ଆନୁକୂଲ୍ୟରେ “ଜଶନେ-ମୌଲାଅଲୀ”ଙ୍କ ବାର୍ଷିକ ସମାରୋହ ପାଳିତ ହୋଇଯାଇଅଛି। ଜଶନେ ମୌଲା ଅଲୀ କନଫେରନ୍ସ (ଧର୍ମସଭା) ରବିବାର ରାତ୍ରି ୯ ଘଟିକା ସମୟରେ ଆରମ୍ଭ ହୋଇଥିଲା। ଏହି ଧର୍ମସଭାରେ ହଜାରୀ ନଗର ମସଜିଦର ଖତିବେ ଇମାମ କାରୀ ଅବଦୁଲ ଜବ୍‌ବାର କୁରାନ୍ ତିଲାୱତରୁ ଆରମ୍ଭ କରିଥିଲେ ଏବଂ ସଂଚାଳକ ଭାବେ ହାଇଦ୍ରାବାଦ ରୁ ଆସିଥିବା ସେକ ଫସିଉଦ୍ଦିନ ଚିସ୍ତି ଦାୟିତ୍ୱ ତୁଲାଇଥିଲେ। ଏହି ଧର୍ମସଭାରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମୌଲାନା ଶହେଜାଦା-ଏ-ଗୌସୁଲ ଆଜମ ପୀର ସୈୟଦ ଆଲେ ମୁସ୍ତାଫା କାଦରୀ (ହଇଦ୍ରାବାଦ), ଭାରତର ସୁପ୍ରସିଦ୍ଧ କବି ସାଏର ହମ୍ମାଦ ବ୍ରଦର୍ସ (ହାଇଦ୍ରାବାଦ), ସାଏର ଅବ୍‌ବାସ ରଜା ନୁରୀ (କଲିକତା) ପ୍ରମୁଖମାନେ ଆସି ଯୋଗଦାନ କରି ମୌଲା ଅଲୀଙ୍କ ଜୀବନୀ ଓ ନୀତିବାଣୀ ଉପରେ ଆଲୋକପାତ କରିଥିଲେ। ମୌଲାନା (ପଣ୍ଡିତ) ଓ ସାଏର (କବି)ଙ୍କ ନୀତିବାଣି ଶୁଣିବା ପାଇଁ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ସ୍ରୋତାମାନେ ଉପସ୍ଥିତ ରହି ଥିଲେ ଏବଂ ଅତିଥି ଭାବେ ଭଦ୍ରକ ପୌରପାଳିକାର ୱାର୍ଡ଼ ନମ୍ବର ୧୨ର ପାରିଷଦ ହେମନ୍ତ ସାହୁ ଏବଂ ହାଜୀ ସଲିମ ଖାନ ଯୋଗଦାନ କରିଥିଲେ। ଗୋଲାମାନେ ଅହଲେ ବଏତ କମିଟିର ସଭାପତି ଇବରାର ଖାନ (କାଲା), ସଂପାଦକ ସମସେର ଅଲି ଖାନ, ସହ ସଂପାଦକ ଅବଦୁଲ ହଲିମ ଖାନ, ଶେଖ ରିଆଜ ଆଲାମ, ସମସୁଦ୍ଦିନ ଖାନ, ଅହେସାନ ଖାନ, ଜମାଲ ଖାନ ଓ କଲିମ ଖାନ ପ୍ରମୁଖ ଧର୍ମସଭାକୁ ପରିଚାଳନା କରିଥିଲେ ଏବଂ ଉକ୍ତ ଗାଁର ମୁରବୀମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.