Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

2

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଟ ହେଲ୍ପ ଲାଇନ ପକ୍ଷରୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ଛାତ୍ର ସେବା ସଂଗଠନ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଇଲ୍ଡ ହେଲ୍ପ ଲାଇନ ର ସଂଯୋଜିକା ଶୁଭଶ୍ରୀ ପଢ଼ିଆରୀ ଙ୍କ ମଂଚ ସଂଚାଳନ ରେ ମୁଖ୍ୟ ଅତିଥି ରୂପେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଦୁର୍ଗା ଶଙ୍କର ଦାସ,ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଡ଼.ସୁଦର୍ଶନ ଦାସ,ଗିରିଶ ଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶିଶୁ ସୁରକ୍ଷା ଆଇନ୍ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗଦାନ କରିଥିଲେ ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ ଶିଶୁ ସୁରକ୍ଷା ଆଇନ୍ ଜାଣିବା ଓ ପିଲାମାନେ ବିଭିନ୍ନ ଆଇନ୍ ବିଷୟରେ ଅବଗତ ହେଲେ ସଚେତନତା ବ୍ୟାପକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।ପ୍ରାରମ୍ଭିକ ସୂଚନା ରେ ସଂଯୋଜିକା ଛାତ୍ର ଛାତ୍ରୀ ମାନେ ସ୍ୱେଚ୍ଛାକୃତ ଭାବେ ଶିଶୁ ସହଯୋଗ ଗ୍ରୁପ ସହ ସାମିଲ ହୋଇ ସଚେତନ ହେବା ପାଇଁ ଆହ୍ୱାନ କରିଥିଲେ।ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ଶ୍ରୀ ଦାସ ଶିଶୁ ମାନଙ୍କ ପାଇଁ ଆଇନ ବ୍ୟବସ୍ଥାରେ ବିଭିନ୍ନ ଉଦାହରଣ ଓ ଦୃଷ୍ଟାନ୍ତ ମାଧ୍ୟମରେ ବାଲ୍ୟ ବିବାହ ଆଇନ୍‌, ଘରୁ ଲୁଚି ପଳାଉ ଥିବା ଶିଶୁ,ଶିଶୁ ନିର୍ଯ୍ୟାତନା,ସାଇବର ଅପରାଧ,କିଶୋର ନ୍ୟାୟ ବ୍ୟବସ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିପଦ ରେ ଥିବା ଶିଶୁ ମାନଙ୍କୁ ତ୍ୱରିତ ସେବା ପହଂଚାଇବା ପାଇଁ (୧୦୯୮) ନିଃଶୁଳ୍କ ନମ୍ବର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିଲା।ଜାତୀୟ ଛାତ୍ର ସେବା ସଂଗଠନ ର ମୁଖ୍ୟ ଓମ ପ୍ରକାଶ ପଣ୍ଡା,ମାମା ଦାସ, ଆଶିଷ ଦାସ,ଦୀପ୍ତିଶିଖା ମିଶ୍ର ସମେତ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚାଇଲ୍ଡ ଲାଇନ ର ପରାମର୍ଶ ଦାତା ଲକ୍ଷ୍ମଣ ଜେନା, ଟିମ୍ ମେମ୍ବର କାହୁଁ ମଲ୍ଲିକ, ରମାକାନ୍ତ ଜେନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଲକ୍ଷ୍ମଣ ଜେନା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.