Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ତରଫରୁ ଜାତୀୟ ଆଲୋଚନା ଚକ୍ର ଓ ବାର୍ଷିକ ଉତ୍ସବ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ତରଫରୁ ଜାତୀୟ ଆଲୋଚନା ଚକ୍ର ଓ ବାର୍ଷିକ ଉତ୍ସବ

4

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ଦିନ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ତରଫରୁ ଏକ ଜାତୀୟ ଆଲୋଚନା ଚକ୍ର ୨୦୨୬ (ଏନ.ଟି.ସି.ଏସ୍‌) ଏବଂ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୂର୍ଗା ଶଙ୍କର ଦାସ ମୁଖ୍ୟ ଅତିଥି ଭାବରେ ରସାୟନ ବିଜ୍ଞାନର ଉପକାରିତା ଉପରେ ଦିଗଦର୍ଶନ ଦେଇଥିଲେ। ପ୍ରାରମ୍ଭିକ ସ୍ୱାଗତ ଭାଷଣ, ବିଭାଗୀୟ ମୁଖ୍ୟ ଡକ୍ଟର ପଦ୍ମନାଭ ପତ୍ରୀ ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରସାୟନ ବିଜ୍ଞାନର ମହାନ୍ ବ୍ୟକ୍ତିତ୍ୱ ଡକ୍ଟର ଦେବେନ୍ଦ୍ର ପ୍ରସାଦ ରାଉତ ଗଳ୍ପ ପଛରେ ରସାୟନ ବିଜ୍ଞାନର ଦୈନନ୍ଦିନ ଜୀବନର ଉପଯୋଗୀତା ଉପରେ ସବିଶେଷ ଆଲୋଚନା କରିଥିଲେ। ଉକ୍ତ ପାଠଚକ୍ରରେ ଜାତୀୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ରର ପ୍ରଫେସର ଡକ୍ଟର ଯୋଗେନ୍ଦ୍ର ନାଥ ବେହେରା “ଅଣୁ ସଂଯୋଜକ, ଶକ୍ତି ସଂରକ୍ଷଣ ଏବଂ ରୂପାନ୍ତରିକରଣ” ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟତମ ବ୍ୟକ୍ତି। ରସାୟନ ବିଜ୍ଞାନ ସଂସ୍ଥା(ଭାରତୀୟ ତୈଳ କ୍ୟାମ୍ପସ୍‌), ଭୁବନେଶ୍ୱରର ପ୍ରଫେସର ସ୍ୱାଗତ କୁମାର ମହାପାତ୍ର “ଜୈବିକ ସେମିକଣ୍ଟକ୍ଟର ଓ ଡୋପିଙ୍ଗ୍‌” ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ପାଠଚକ୍ର ଶେଷରେ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଲକ୍ଷ୍ମୀକାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ବିଭାଗର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପିଲାମାନଙ୍କ ଦ୍ୱାରା ଡ୍ରାମା, ସଙ୍ଗୀତ, ନାଚ, କମେଡି ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ବିଭାଗର ଅଧ୍ୟାପକ ଡକ୍ଟର ଅଭିଜିତ୍ ବିଶ୍ୱାଳ, ଡକ୍ଟର ସୁବ୍ରତ କୁମାର ବାରିକ, ଡକ୍ଟର ସନ୍ତୋଷ କୁମାର ନନ୍ଦ, ଡକ୍ଟର ଆଶିଷ କୁମାର ସେଠୀ ଏବଂ ଅଧ୍ୟାପିକା ଡକ୍ଟର ସ୍ୱପ୍ନା ଶରିତା ମହାପାତ୍ର, ଡକ୍ଟର ପୁଷ୍ପାଞ୍ଜଳୀ ସାହୁ, ଡକ୍ଟର ମନୀଷା ନାୟକ, ବିଭାଗର ସମସ୍ତ କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.