Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ

10

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତମାଖୁ, ଗୁଟ୍‌ଖା, ସିଗାରେଟ, ମଦ ଭଳି ନିଶାଦ୍ରବ୍ୟ ସେବନ ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ୱର ଅନ୍ୟାନ୍ୟ ଦୋମାନଙ୍କ ତୁଳନାରେ ବହୁ ଅଧିକ ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ଜନସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବକ୍ତାମାନେ ମତପୋଷଣ କରିଛନ୍ତି। ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏକ ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ଶଙ୍କର ଦାସ ଯୋଗ ଦେଇ ତମାଖୁ ସେବନର ଭୟାବହତା ସମ୍ପର୍କରେ ଆଲୋଚନା କରିଥିଲେ। ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଦ୍ରକ ଜିଲ୍ଲା ମୁକ୍ୟ ଚିକିତ୍ସାଳୟର ପ୍ରୋଗ୍ରାମ୍ ପରିଚାଳିକା କଳ୍ପନା ସାମଲ, ପରାମର୍ଶଦାତା ଦୀପକ ରାଉତ, ଦେବେନ୍ଦ୍ର ନାୟକ ପ୍ରମୁଖ ଆଜିର ସମାଜରେ ଯୁବକମାନେ ତମାଖୁ ଭଳି ବିଭିନ୍ନ ନିଶାଦ୍ରବ୍ୟ ଠାରୁ କିପରି ଦୂରରେ ରହିବେ ସେଥିଲାଗି ଜନସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅଧ୍ୟାପକ ଶୁଭେନ୍ଦୁ ବରାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର କୋଷାଧ୍ୟକ୍ଷ ଅବସରପ୍ରାପ୍ତ ଅଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.