Home ଜିଲ୍ଲା ପରିକ୍ରମା ଭଦ୍ରକ ସେଚାଂଚଳ ଉନ୍ନୟନ ବିଭାଗ (ସିଏଡି)ରେ ଅନିୟମିତତା ଅଭିଯୋଗ, ଦୀର୍ଘବର୍ଷ ହେବ ଗାଦି ମାଡିବସି ମିଥ୍ୟା...

ଭଦ୍ରକ ସେଚାଂଚଳ ଉନ୍ନୟନ ବିଭାଗ (ସିଏଡି)ରେ ଅନିୟମିତତା ଅଭିଯୋଗ, ଦୀର୍ଘବର୍ଷ ହେବ ଗାଦି ମାଡିବସି ମିଥ୍ୟା ବିଲ୍ ଜରିଆରେ କୋଟି କୋଟି ଟଙ୍କା ଚଳୁ

21
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସଦର ମହକୁମାରେ ଥିବା ସେଚାଂଚଳ ଉନ୍ନୟନ ବିଭାଗ (ସିଏଡି) ନିର୍ବାହୀ ଯନ୍ତ୍ରୀଙ୍କ ଦପ୍ତରଟି ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏହି ବିଭାଗଟି ଭଦ୍ରକ କେନ୍ଦୁଝର ଜିଲା ସମେତ ବାଲେଶ୍ୱର, ଯାଜପୁରର ଆଂଶିକ ଅଂଶକୁ ନେଇ ଗଠିତ ହୋଇଥିବାବେଳେ ଏହି କାର୍ଯ୍ୟାୟରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୨ଜଣ ଏସଡିଓ, ୩ଜଣ ଜେଇ, ଜଣେ ଏଇ, ହେଡକ୍ଲର୍କ ଓ ସହକାରୀ କ୍ଲର୍କ ଆଦି କାର୍ଯ୍ୟ କରୁଛନ୍ତି । ମାତ୍ର ଏହି ଦପ୍ତରରେ କାର୍ଯ୍ୟ କରୁଥିବା ବିଜୟ ମହାନ୍ତି ନାମକ ଜନୈକ ଯନ୍ତ୍ରୀ ଦୀର୍ଘବର୍ଷ ହେବ ଗାଦି ମାଡି ବସି ମିଥ୍ୟା ବିଲ୍ ଜରିଆରେ ବହୁ ଠିକାଦାରଙ୍କୁ ପୋଷି ଚାଲିଛନ୍ତି । ଏପରିକି ଲୋକମାନେ ଏହି କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସି ସପ୍ତାହରେ କୌଣସି ଦିନ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଖିବାକୁ ପାଆନ୍ତିନାହିଁ । ବର୍ଷ ବର୍ଷ ଧରି ନିଜର ଆସ୍ଥାନ ଜମାଇ ଅନିୟମିତତାରେ ଲିପ୍ତ ଥିବା ଏହି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀମାନଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅଭିଯୋଗ ହୋଇଛି । ଏମାନେ ପାଣି ପଂଚାୟତର କର୍ମକର୍ତାମାନଙ୍କୁ ବିଭିନ୍ନ ଉପାୟରେ ଭୟଭୀତ କରାଇ ନିଜେ ଓ ନିଜର ଏଜେଂଟମାନଙ୍କ ଦ୍ୱାରା ପ୍ରାୟ ସମସ୍ତ କାର୍ଯ୍ୟ କରାଇଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି । ଏମାନେ କରୁଥିବା କାର୍ଯ୍ୟ ଗୁଡିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ବିଭାଗୀୟ ଅର୍ଥକୁ ବର୍ଷ ବର୍ଷ ଧରି ହଡପ କରିଚାଲିଛନ୍ତି । ଏ ସଂପର୍କରେ ଅତୀତରେ ପ୍ରାୟ ୩୦ ଟି ପାଣି ପଂଚାୟତର କର୍ମକର୍ତାମାନେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଉଚ୍ଚପଦସ୍ତ କିଛି ବରିଷ୍ଠ ଅଧିକାରୀମାନଙ୍କ ପୃଷ୍ଠପୋଷକତାରେ ଏମାନେ ଏଭଳି ଅନିୟମିତତା କରିଚାଲିଥିବା ବିଷୟ ବହୁ ଚାଷୀ ତଥା ପ୍ରାକ୍ତନ ଜିଲା ବିଜେପି ସଭାପତି ଅକ୍ଷୟ ସାହୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୂଳେ ୨୦୨୨-୨୩ ଓ ୨୦୨୩-୨୪ ଦୁଇ ଆର୍ଥିକ ବର୍ଷରେ କେବଳ କେନ୍ଦୁଝର ଜିଲାର ତେଲକୋଇ, ଜଗଦଳା ସମେତ ଅନ୍ୟାନ୍ୟ କମାଣ୍ଡ ଅଂଚଳରେ ଅନେକ ଟଙ୍କାର କାର୍ଯ୍ୟ ପରୋକ୍ଷ ଭାବରେ କନିଷ୍ଠ ଯନ୍ତ୍ରୀମାନେ ଅତ୍ୟନ୍ତ ନିମ୍ନମାନର କରାଇ ଅର୍ଥ ଆତ୍ମସାତ୍ କରିଛନ୍ତି । ଏପରିକି ଏସ୍‌ଡିଓ ଦୀର୍ଘବର୍ଷ ହେବ ଏଠାରେ ରହିଆସୁଥିବା ଜନୈକ ଏସ୍‌ଡିଓ(ଯନ୍ତ୍ରୀ) ଭଦ୍ରକ ଓ ଭଣ୍ଡାରିପୋଖରୀ ଅଂଚଳରେ ପୂର୍ବବର୍ଷମାନଙ୍କର ବହୁ ମିଥ୍ୟା ବିଲ୍ କରି ରାଧେ ରାଧେ ଅଧେ ଅଧେ ନୀତିରେ ଅର୍ଥ ଆତ୍ମସାତ୍ କରିଛନ୍ତି । ସେହିପରି ସମଗ୍ର ଡିଭିଜନରେ ଯେତେକେ ମନରେଗା ସ୍କିମ୍‌ର କାର୍ଯ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଛି, ସେ ସମସ୍ତ କେବଳ କାଗଜପତ୍ରରେ କରାଇ ବିନା କାର୍ଯ୍ୟରେ ନିଜ ଏଜେଂଟମାନଙ୍କ ଜରିଆରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ଟଙ୍କା ଆତ୍ମସାତ କରିଛନ୍ତି । ଯାହା ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଗଲେ ଲୋକଲୋଚନକୁ ଆସିବ ବୋଲି ସ୍ପଷ୍ଟ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏବଂ ଏହି ବିଭାଗରେ ଚାଲିଥିବା ବ୍ୟାପକ ଦୁର୍ନୀତିରେ ଲିପ୍ତ ମୁଖ୍ୟଯନ୍ତ୍ରୀ ଓ ୩ ଜଣ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତଦନ୍ତ ଲାଗି ଦାବି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମଧ୍ୟ ଏହି ଅଭିଯୋଗ ପତ୍ରର ପ୍ରାପ୍ତି ସ୍ୱୀକାର ପତ୍ର ଆସିଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.