ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମେରିକାର ଆର୍ଥିକ ଅବରୋଧରେ କ୍ୟୁବାବାସୀଙ୍କ ସଂଗ୍ରାମ ପ୍ରତି ସଂହତି ଜଣାଇ ଆଜି ସି ପି ଆଇ ଏମ୍ ଭଦ୍ରକ ଆଂଚଳିକ କମିଟି ତରଫରୁ ସହରର ବିଭିନ୍ନ ସ୍ଥାନରେ ସହାୟତା ପାଣ୍ଠି ଆଦାୟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଆମେରିକା କ୍ୟୁବା ମଧ୍ୟରେ ଚାଲିଥିବା ଆର୍ଥିକ ଅବରୋଧ ଜନିତ ସଂକଟ ଯୋଗୁଁ ସେଠାକାର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଜୀବିକା ସହ ଲଢେଇ କରୁଛନ୍ତି। ତେଣୁ ସେମାନଙ୍କ ପ୍ରତି ଅନୁକମ୍ପା ଜଣାଇ ଭଦ୍ରକର ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, ରାଧା ଦାସଙ୍କ ନେତୃତ୍ୱରେ ସେକ କମର, ମଂଟୁ ମୁଣ୍ଡା, କାଳନ୍ଦୀ ପାତ୍ର, ସେକ ସିକୃ, ସେକ ମମତାଜ ଓ ବସିର୍ ଖାଁ ପ୍ରମୁଖ ଏହି ପାଣ୍ଠି ସଂଗ୍ରହ କରି ସିପି ଆଇ ଏମ୍ ରାଜ୍ୟ ଅଫିସ କୁ ପଠାଇଛନ୍ତି। ଯାହା ଦିଲ୍ଲୀ କେନ୍ଦ୍ର ଅଫିସ ଦ୍ୱାରା କ୍ୟୁବା ପଠାଯିବ।







