Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ରକ୍ଷାବନ୍ଧନ ଓ ମେହେର ଜୟନ୍ତୀ ପାଳିତ

ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ରକ୍ଷାବନ୍ଧନ ଓ ମେହେର ଜୟନ୍ତୀ ପାଳିତ

7

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକ ଓ ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ ସହଯୋଗରେ ରକ୍ଷାବନ୍ଧନ ଓ ମେହେର ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି। ମହେନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ଭଦ୍ରକ ଜିଲ୍ଲାର ଏହି ପ୍ରାଚୀନ ସାହିତ୍‌୍ୟ ଅନୁଷ୍ଠାନରେ ସଂସଦର ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସ ପୌରୋହିତ୍ୟ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଉପସ୍ଥିତ ସମସ୍ତଙ୍କୁ ରକ୍ଷାବନ୍ଧନ ସହ ପୁଷ୍ପ ଚନ୍ଦନରେ ସ୍ୱାଗତ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଭଦ୍ରକ କଲେଜର ଓଡ଼ିଆ ଅଧ୍ୟାପକ ଡକ୍ଟର ସମ୍ବିତ ଶୁଭଙ୍କର ଖୁଂଟିଆ ମେହେର ସାହିତ୍ୟର ଏକ ନୂତନ ଦିଗନ୍ତ ଉପରେ ଆଲୋକପାତ କରି କହିଲେ ଯେ ମେହେରଙ୍କ କେତେକ କାବ୍ୟରେ ତାଙ୍କର ପାରିବାରିକ ଜୀବନର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଅନ୍ୟତମ ବକ୍ତା ଶିକ୍ଷାବିତ ଗୋବର୍ଦ୍ଧନ ସାମଲ ସଂସ୍କୃତ କବି କାଳିଦାସ ଓ ଗଂଗାଧର ମେହେର ସାହିତ୍ୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ଏହି ସଭାରେ ସାମ୍ପ୍ରତିକ ଓଡ଼ିଆ କବିତାର ଜଣେ ପ୍ରତିଭାବାନ କବୟତ୍ରୀ ପ୍ରତିଭାମଂଜରୀ ଜେନାଙ୍କ ଦ୍ୱିତୀୟ କବିତା ସଙ୍କଳନ ‘ ଶୂନ୍ୟ ଅଭିସାର ‘ ପୁସ୍ତକକୁ ବିଶିଷ୍ଟ ସାହିତ୍ୟିକା, ପ୍ରଫେସର ଡକ୍ଟର ସୋମା ଚାନ୍ଦ ଉନ୍ମୋଚନ କରି ତାଙ୍କ କବିତାର ସମୃଦ୍ଧ ଭବିଷ୍ୟତ କାମନା କରିଥିଲେ।ପରିଷଦର ସମ୍ପାଦକ ପ୍ରଫେସର ଡ ଶଶଧର ଦାସ ଉନ୍ମୋଚିତ କବିତା ପୁସ୍ତକର ସମୀକ୍ଷା କରି କହିଲେ ଯେ ଉଜ୍ଜ୍ୱଳ ଆଶାବାଦ ଓ ଆର୍ଦ୍ର ନୈରାଶ୍ୟ ହିଁ ପ୍ରତିଭାଙ୍କ କବିତାର ଅନ୍ତସ୍ୱର। କବି ଡ ଭରତ ଚନ୍ଦ୍ର ଦାସ ଅତିଥିମାନଙ୍କୁ ମଂଚ ଆହ୍ୱାନ ଓ ଡ ଶଶଧର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶ୍ରୀ ଦୁଃଶାସନ ଗାହାଣ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ ଗୋଲୋକ ବିହାରୀ ସାହୁ, ହରିଶ ଚନ୍ଦ୍ର ଦାସ, ପବିତ୍ର ପାଣିଗ୍ରାହୀ,ଡ କାମିନୀବାଳା ମିଶ୍ର, ଅଧ୍ୟାପକ ଚିନ୍ମୟ ଜେନା, ଉଷାରାଣୀ ଜେନା,ମଧୁସ୍ମିତା ନାୟକ, କବୀ ଚୈତାଳୀ ଖିଲାର, ରମେଶ ଚନ୍ଦ୍ର ଦାସ, ବିପ୍ଳବ ହୋତା,ରଶ୍ମିତା ନାଥ,ପ୍ରଭୃତି ବହୁ କବି, ଲେଖକ ଯୋଗ ଦେଇଥିଲେ। ସଂସଦର ବରିଷ୍ଠ କର୍ମକର୍ତା ପ୍ରଫେସର ଡ ବଳରାମ ମିଶ୍ର ଓ ଡ ପ୍ରହଲ୍ଲାଦ ପତି ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.