Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ମେହେର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ମେହେର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

23

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ରକ୍ଷାବନ୍ଧନ ଓ ସ୍ୱାଭବକବି ଗଂଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ମହେନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବେଦବିତ୍ ଓ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ବିଶିଷ୍ଟ କବି ତଥା ଐତିହାସିକ ପ୍ରଫେସର ଡ. ସୋମା ଚାନ୍ଦ ଯଥାକ୍ରମେ ରକ୍ଷାବନ୍ଧନ ଓ ମେହେର ସାହିତ୍ୟରେ ଜାତୀୟତାବାଦ ସଂପର୍କରେ ତଥ୍ୟଭିତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ପ୍ରଫେସର ଡ. ଶଶଧର ଦାସ ଅତିଥି ବରଣ କରିବା ସହ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରାଧ୍ୟାପକ ଡ. ରାଧାରାଣୀ ମହାପାତ୍ର ଓ ଡ. ପ୍ରଭାତ ନଳିନୀ ମହାପାତ୍ର ଉପସ୍ଥିତ ସମସ୍ତ ସାହିତ୍ୟିକ ମାନଙ୍କୁ ଫୁଲ, ଚନ୍ଦନ ପ୍ରଦାନ କରି ହାତରେ ରାକ୍ଷୀ ବାନ୍ଧିଥିଲେ । କବି ବିଜୟ କୁମାର ବହଳି ଓ ଅଧ୍ୟାପିକା ଉଷାରାଣୀ ଜେନା ମେହେର କବିତାର କିଛି ଅଂଶ ଆବୃତି କରିଥିଲେ । ସଭାପତି ତାଙ୍କ ବକ୍ତବ୍ୟରେ ଓଡ଼ିଶାର ସାହିତ୍ୟ କ୍ଷେତ୍ରରେ ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଥିଲେ । ପରିଷଦର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ପ୍ରଫେସର ଡ. ବଳରାମ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.