ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଯୋଜନାରେ ଭଦ୍ରକର ପ୍ରାଚୀନ ସାହିତ୍ୟ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ଥାନୀୟ ସହୀଦ ସ୍ମୃତି ଭବନ ପରିସରରେ ସଭାପତି ରାଧାରାଣୀ ମହାପାତ୍ରଙ୍କ ପୌରୋହିତ୍ୟରେ ଉଦଯାପିତ ହୋଇଯାଇଛି।ଉଦଯାପନୀ ଦିବସର ପ୍ରଥମ ଅଧିବେଶନକୁ ଝରଣା ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ରୁଦ୍ରମାଧବ ବାରିକ ଏବଂ ସାଥି କାନ୍ତସଙ୍ଗୀତ ପରିବେଷଣ କରିଥିଲେ।ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ ଉଷାରାଣୀ ଜେନା , ସ୍ୱାଗତ ସମ୍ଭାଷଣ ଜଣାଇଥିଲେ ଡକ୍ଟର ବ୍ରଜ ମୋହନ ମିଶ୍ର ଏବଂ ପରିଚୟ ପ୍ରଦାନ କରିଥିଲେ ଡକ୍ଟର ସୁକାନ୍ତି ମହାପାତ୍ର। ମୁଖ୍ୟ ଅତିଥି ବିଶିଷ୍ଟ ସମାଲୋଚକ ବୈଷ୍ଣବ ସାମଲ ଓଡ଼ିଆ ସାହିତ୍ୟର ଦିଗ ଦିଗନ୍ତ ବିଷୟରେ ଆଲୋଚନା କରିଥିବା ବେଳେ ଡ଼.ଶଶଧର ଦାସ ଉପନ୍ୟାସ ଜଗତକୁ ଭଦ୍ରକର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡଙ୍ଗୀ ସାହିତ୍ୟରେ ସଂଗଠନର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ କବି ଡକ୍ଟର ଅର୍ଚ୍ଚନା ନାୟକଙ୍କୁ ଭଦ୍ରକ ସାହିତ୍ୟ ପରିଷଦ ସାରସ୍ୱର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଡକ୍ଟର ବିଜୟଲଷ୍ମୀ ମହାନ୍ତି ପଟ୍ଟନାୟକଙ୍କୁ ରାଖାଲ ଦାସ ସ୍ମୃତି ସମ୍ମାନ,ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କୁ ମୁକୁନ୍ଦ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ, ବାସୁଦେବ ବାରିକଙ୍କୁ ନାରାୟଣ ପ୍ରସାଦ ସ୍ମୃତି ସମ୍ମାନ, ପ୍ରାକ୍ତନ ସମ୍ପାଦକ ଜନ୍ମେଜୟ ଦ୍ୱିବେଦୀଙ୍କୁ ଭଦ୍ରକ ସାହିତ୍ୟ ପରିଷଦ ସମ୍ପାଦକ ସମ୍ମାନ, ନାଟ୍ୟଶ୍ରୀ ନିର୍ମଳ ରାଉତ ଓ ବସନ୍ତ ମିଶ୍ରଙ୍କୁ ସାହିତ୍ୟ ପରିଷଦକୁ ଅମୁଲ୍ୟ ଅବଦାନ ନିମିତ ସମ୍ମାନିତ କରାଯାଇ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।ଅପରାହ୍ନ ରେ କବିତାପାଠ ଉତ୍ସବରେ ପୌରୋହିତ୍ୟ କରିଥିଲେ ଡ଼.ପ୍ରଭାତ ନଳିନୀ ମହାପାତ୍ର ।କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ କବିତା ପାଠ ଶୁଭାରମ୍ଭ କରିଥିବା ବେଳେ ଦୈନିକ ଧ୍ୱନି ପ୍ରତିଧ୍ୱନୀର ସମ୍ପାଦିକା ସୈରୀନ୍ଦ୍ରୀ ସାହୁ ମୁଖ୍ୟବକ୍ତା ଏବଂ ଉମାକାନ୍ତ ରାଉତ ଓ ଅଧ୍ୟକ୍ଷ ନିହାର ରଞ୍ଜନ କର ଅତିଥି ଭାବେ ଯୋଗ ଦେଇ ଓଡ଼ିଆ କବିତାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ।କବିତାଗୁଡିକୁ ସଂଯୁକ୍ତା ବଳ ନାୟକ ଓ ଉଷାରାଣୀ ଜେନା ସଂଯୋଜନା କରିଥିଲେ। ଭଦ୍ରକ ଜିଲ୍ଲାର ପ୍ରତି ବ୍ଲକରୁ ଶତାଧିକ କବି ଏଥିରେ କବିତା ପାଠ କରି ସମ୍ବର୍ଦ୍ଧିତ ହୋଇଥିଲେ। ଏହାକୁ କବି ବିଜୟ କୁମାର ବହଳି, କିଶୋର ପାଣିଗ୍ରାହୀ,ରତିକାନ୍ତ ବେହେରା, ଗୌତମ ମହାରଣା, ଗୋକୁଳା ନନ୍ଦ ବିଜୟଶ୍ରୀ ରାଉତ,ଶରତ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। କବି ଲଷ୍ମୀକାନ୍ତ ବାରିକ ଧନ୍ୟବାଦ ଦେଇଥିଲେ।








