Home ଜିଲ୍ଲା ପରିକ୍ରମା ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ

ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ

14

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ଚରମ୍ପା ପଂଚାୟତରୁ ରମ୍ଭିଳା ପଂଚାୟତ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧ କୋଟି ବ୍ୟୟରେ ରାସ୍ତା ନିର୍ମାଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହି ଅବସରରେ ଆୟୋଜିତ ସଭାରେ ଲୋକଙ୍କ ସୁବିଧା, ବିକାଶ ଓ ଗ୍ରାମୀଣ ଉନ୍ନତି ଏ ସରକାରର ସଂକଳ୍ପ। ଏବଂ ଆଗାମୀ ଦିନରେ ମଧ୍ୟ ଜନହିତକର ପ୍ରକଳ୍ପ ମାଧ୍ୟମରେ ଅଂଚଳବାସୀଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ସଦା ପ୍ରତିବଦ୍ଧ ବୋଲି ଦୁଇ ରାଜନେତା ନିଜ ସମ୍ଭାଷଣରେ କହିଛନ୍ତି। ସେହିଭଳି କୋରକୋରା ପଂଚାୟତ ଅଧୀନସ୍ଥ ସାତଭଉଣୀ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି ସାଂସଦ ଶ୍ରୀ ସେଠୀ ଓ ବିଧାୟକ ଶ୍ରୀ ମହାପାତ୍ର। ଏହି ନୂତନ କାର୍ଯ୍ୟାଳୟ ଗଠନ ଦ୍ୱାରା ରାଜସ୍ୱ ଓ ପ୍ରଶାସନିକ କାର୍ଯ୍ୟ ଅଧିକ ସୁବ୍ୟବସ୍ଥିତ ସୂଚାରୁ ଓ ଲୋକାଭିମୁଖୀ ହେବ ବୋଲି ଆୟୋଜିତ ସଭାରେ ଦୁଇ ଜନ ପ୍ରତିନିଧି କହିଛନ୍ତି। ଅନୁରୂପ ସାଂସଦ ଓ ବିଧାୟକ ପାଣ୍ଠିରେ ନିର୍ମିତ ଆମ୍ବରୋଳି ପଂଚାୟତର ଜ୍ଞାନପୀଠ ସଂସ୍କୃତ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପିତ କରିବା ଅବସରରେ ସାଂସଦ ଶ୍ରୀ ସେଠୀ ଓ ବିଧାୟକ ଶ୍ରୀ ମହାପାତ୍ର ନିଜ ସମ୍ଭାଷଣରେ ସଂସ୍କୃତ କେବଳ ଭାଷା ନୁହେଁ, ଏହା ଆମ ସଂସ୍କୃତିର ଆତ୍ମା ବୋଲି କହିବା ସହ ଏହି ବିଦ୍ୟାଳୟ ନିର୍ମାଣ ଫଳରେ ଦୀର୍ଘବର୍ଷ ଧରି ମାଟି ଝାଟି ଘରେ ପଢୁଥିବା ଛାତ୍ରଛାତ୍ରୀମାନେ ଆଧୁନିକ ସୁବିଧାରେ ଶିକ୍ଷା ଗ୍ରହଣ କରିବେ ବୋଲି କହିଛନ୍ତି। ସେହିଭଳି କଲେଇ ପଂଚାୟତର ଚୁନିଦା ଚିକିତ୍ସା କେନ୍ଦ୍ରର ନୂତନ ଗୃହ ଏବଂ ବଳଭଦ୍ରପୁର-ଅଣସରପୁର ଓ ଓଲଟୁଙ୍ଗା ରାସ୍ତାର ୧ କୋଟି ୯୨ ଲକ୍ଷ ୫୯୮ ଟଙ୍କା ବ୍ୟୟ ଅଟକଳରେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଦୁଇନେତା। ସେହିଭଳି ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାହାଞ୍ଜ-ଏରଡା ରାସ୍ତାରୁ ତଗିରା ଭାୟା ବଳନ୍ତ ଧିନ୍ଦାସାହି, ଚୂଡଙ୍ଗପୁର ରାସ୍ତାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଦୁଇ ନେତା। ଏହି ସମସ୍ତ ଭିତିପ୍ରସ୍ତର ସ୍ଥାପନ କାଳରେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲା ପରିଷଦ ସଭ୍ୟ ତଥା ପୂର୍ବତନ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଭାସ୍କର ସାହୁ, ଜଗଦଳପୁର ଗ୍ରାମପଂଚାୟତର ସରପଂଚ ତିଳୋତମା ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.