ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ କରିଥିବା ବୁଦ୍ଧିଜୀବୀମାନଙ୍କ ସହିତ ଭଦ୍ରକ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ପୌରୋହିତ୍ୟରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତିଙ୍କ ସହ ସାକ୍ଷାତ ଆଲୋଚନା କରି ଜିଲ୍ଲାର ଅଗ୍ରଗତି, ଶିକ୍ଷା, ଆଇନ-ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା,ନୈତିକ ଶିକ୍ଷା , ନାରୀ ସୁରକ୍ଷା , ବିଦ୍ୟାଳୟରେ ଓଡ଼ିଆ ଭାଷାର ବିକାଶ ଏବଂ ସାମଗ୍ରିକ ଉନ୍ନତି ସନ୍ଦର୍ଭରେ ଗଭୀର ଆଲୋଚନା କରିଥିଲେ। ମହାମହିମ ରାଜ୍ୟପାଳ ସମସ୍ତଙ୍କର ମତାମତକୁ ଧୈର୍ଯ୍ୟର ସହିତ ଶୁଣି ଉନ୍ନତ ଭଦ୍ରକ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ଆଶ୍ୱାସନ ଦେଇଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା , କ୍ରିଡ଼ା ଓ ଯୁବ ବ୍ୟାପାର ଏବଂ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ରାଜ୍ୟ ରାଜଭବନର ପ୍ରମୁଖ ସଚିବ ରୂପା ରୋସନ ସାହୁ, ପୂର୍ବାଂଚଳ ଡିଆଇଜି ସତ୍ୟଜିତ୍ ନାୟକ, ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଡ. ରାମଚନ୍ଦ୍ର ପଣ୍ଡା, ପ୍ରଫେସର ଡ. ଝରଣା ପଟ୍ଟନାୟକ, ଡାକ୍ତର ରବିନ୍ଦ୍ର କୁମାର ନାୟକ, ଦୀନବନ୍ଧୁ ପତି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡ. ପବିତ୍ର ପାଣିଗ୍ରାହୀ, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ନିଜ ଲିଖିତ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ ‘ , ସାରଦା ପ୍ରକାସନୀ କଟକ ଦ୍ୱାରା ପ୍ରକାଶିତ ମନ୍ଦିରମାଳିନୀ ଭଦ୍ରକ ‘, ‘କିମ୍ବଦନ୍ତୀରେ ଧାମନଗର ‘ ଓ ବିଦ୍ୟା ପ୍ରକାସନୀ, ଭୁବନେଶ୍ୱର – କାନାଡ଼ା ଦ୍ୱାରା ପ୍ରକାଶିତ ‘ଜୀବନ ଜିଜ୍ଞାସା ‘, ଏବଂ ‘ ନାରୀଶକ୍ତି ‘ ନାମକ ପାଂଚ ଗୋଟି ଗବେଷଣାଧର୍ମୀ ପୁସ୍ତକ ରାଜ୍ୟପାଳଙ୍କୁ ଅର୍ପଣ କରିଥିଲେ।








