Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି

3

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ(ପୁର୍ବତନ- ସରକାରୀ ବାଳିକା ଉଚ୍ଚ ବିଦୟାଳୟ,ଭଦ୍ରକ) ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତି ପାଳିତ ହୋଇଯାଇଛି ।ସର୍ବପ୍ରଥମେ ଉଭୟ ବରପୁତ୍ରଙ୍କ ‘ଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ବିଜୟ କୁମାର ସାହୁ ଓ ଶିକ୍ଷୟିତ୍ରୀ ଚଂଚଳା ଜେନା ଓ ଛାତ୍ରୀ ଅର୍ପିତା ଆରତି ବେହେରା, ଛାତ୍ର ଅଶ୍ୱିନି କୁମାର ସାହୁଙ୍କ ସମେତ ଅନ୍ୟମାନେ ଉଭୟ ବରପୁତ୍ରଙ୍କ ଜୀବନାଦର୍ଶ ଆଲୋଚନା କରିଥିଲେ ।ପ୍ରଧାନ ଶିକ୍ଷକ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ଦେସପ୍ରତି ଅନୁରକ୍ତ ରହିବାସହ ସହ ନିଜକୁ ଉଭୟଙ୍କ ଆଦଶ୍ୟରେ ।ନୁପ୍ରାଣିତ କରିବାକୁ ପରାମର୍ଶ ଦେଇଥିଲେ ।ଶିକ୍ଷୟିତ୍ରୀ କିରଣ ବାଳା ରାଉତ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।ଏହି ଉଦ୍ଦେଶ୍ୟରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.