Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

3

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଲା ମାନଙ୍କର ମାନସିକ, ଶାରୀରିକ ଓ ବୌଧିକ ବିକାଶ ହିଁ ବାସ୍ତବ ବିକାଶ । କ୍ରୀଡା ବିଦ୍ୟାର୍ଥିମାନଙ୍କ ଜୀବନକୁ ଶୃଙ୍ଖଳିତ କରିବା ସହ ଶାରୀରିକ ବିକାଶରେ ସହାୟକ ହୋଇଥାଏ । ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ(ପୁର୍ବତନ- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭଦ୍ରକ)ର ୪୯ତମ ବାର୍ଷିକ କ୍ରୀଡା ଉତ୍ସବର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଂଜିବ ମଲ୍ଲିକ, ସମ୍ମାନନୀୟ ଅତିଥି ଭାବେ ଅତିତିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ପାରିଷଦ ପ୍ରତିନିଧି ପଙ୍କଜ କୁମାର ବଳ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି ।ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ମିତାଲୀ ମଧୁସ୍ମିତା ବାରିକଙ୍କ ତତ୍ୱାବଧାନରେ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷକ ମନୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଶିକ୍ଷକ ବିଜୟ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ, ରାଜ କିଶୋର ଚୌଧୁରୀ ବେଦପାଠ ଓ ସବିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ୨ଦିନ ବ୍ୟାପି କ୍ରୀଡା ପ୍ରତିଯୋଗୀତାରେ ୧ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥି ସହିତ ଇଂଟରହାଉସ୍ ବାସ୍କେଟବଲ୍‌, କବାଡି, ରିଲେ ରେସ୍‌, ଭଲିବଲ୍ ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯାଇଥିଲା । ଚଂପିଅନ୍ ଭାବରେ ସିନିୟର ବାଳିକା ବିଭାଗରେ ଶୂନ୍ୟସକ୍ତା ବାରିକ, ବାଳକ ବିଭାଗରେ ଗୁଫରାନ୍ କାଦ୍ରୀ , ଜୁନିଅର ବାଳିକା ବିଭାଗରେ ସ୍ୱାତିଲକ୍ଷ୍ମୀ ନାୟକ, ବାଳକ ବିିଭାଗରେ ଦିପ୍ତେଶ ଦାସ, ସବ୍‌-ଜୁନିୟର ବିଭାଗରେ ଅଶ୍ୱିନି କୁମାର ସାହୁଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.