Home ଜିଲ୍ଲା ପରିକ୍ରମା ଭଦ୍ରକ ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ

ଭଦ୍ରକ ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ

19

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଭଦ୍ରକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏସବିଡି ଇଣ୍ଟରନ୍ୟାସନାଲ ସ୍କୁଲ ଖେଳ ପଡିଆ ଠାରେ ଉଦଘାଟିତ ହୋଇଛି। ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି ପ୍ରଦାନ କରୁଛି। ଗ୍ରାମ୍ୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ପ୍ରଶସ୍ତ ମଞ୍ଚ ଦେବାରେ ଏହି ଆୟୋଜନ କେବଳ ଏକ ଉତ୍ସବ ନୁହେଁ ଯୁବପିଢ଼ି ମାନଙ୍କ ପାଇଁ ପ୍ରେରଣା। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଶାଳୀ ‘ଖେଲୋ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବା ସହ, ସୁସ୍ଥ, ସଶକ୍ତ ଓ ଶୃଙ୍ଖଳିତ ସମାଜ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି, ଯୁବ ସେବା ଓ କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲିପ୍ ରାଉତରାଏ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଓ ସରୋଜ ଦତ ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ,ଓଏସଡ଼ି ରମେଶ ଚନ୍ଦ୍ର ମହାନ୍ତି, ବାଲେଶ୍ୱର ଡ଼ିଏସଓ ପୂର୍ଣଚନ୍ଦ୍ର ଜେନା,ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା,ମନସ୍ମିତା ଖୁଣ୍ଟିଆ, ବାଣୀକଲ୍ୟାଣ ମହାନ୍ତି, ଅଜୟ ନାୟକ, ଅକ୍ଷୟ ସାହୁ,ପ୍ରମୁଖ ଯୋଗ ଦେଇ ଭଦ୍ରକ ଜିଲ୍ଲାର ସାତଟି ବ୍ଲକ ଏବଂ ସଂସଦୀୟ କ୍ଷେତ୍ର ବାଲେଶ୍ୱର ଜିଲ୍ଲାର ସୋର ଏବଂ ସିମୁଳିଆ ରୁ ଆସିଥିବା ମୋଟ ନଅ ଶହ ଛାତ୍ର ଛାତ୍ରୀ କ୍ରୀଡାବିତ୍ ମାନଙ୍କୁ ସଂସଦୀୟ ଖେଳ ମହୋତ୍ସବର ଶୁଭେଚ୍ଛା ଜଣାଇଥିଲେ। କ୍ରୀଡା ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ବିକଶିତ ଭାରତ ଗଢ଼ିବା ଦିଗରେ ସମସ୍ତେ ସଂକଳ୍ପ ନେବା ସହ ସୁସ୍ଥ ନାଗରିକ, କ୍ରୀଡା ର ଭିତ୍ତିଭୂମି ବିକାଶ ହେବା, ଗ୍ରାମାଞ୍ଚଳ ରୁ ପ୍ରତିଭା ଚିହ୍ନଟ ହୋଇ ପ୍ରତ୍ୟେକ ବିଦ୍ୟାଳୟ ଓ ଘରେ ଘରେ କ୍ରୀଡାବିତ୍ ସୃଷ୍ଟି କରିବା ହିଁ ପ୍ରଧାନମନ୍ତ୍ରୀ ଙ୍କ ପରିକଳ୍ପନା ରହିଥ?ିବା କହିଥିଲେ। ଏହି ସାଂସଦ ଖେଳ ମହୋତ୍ସବ ରେ ସମସ୍ତେ ଶପଥ ପାଠ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରତିଯୋଗୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କ୍ରିଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।ପ୍ରାରମ୍ଭରେ ଏସବିଡିର ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ ଓ ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବ୍ୟାଣ୍ଡପାର୍ଟି ତାଳେ ତାଳେ ମଞ୍ଚକୁ ପାଛୋଟି ନେଇ ଥିଲେ। ମଞ୍ଚ ସଂଚାଳନ କରିଥିଲେ କଦମ୍ବରୀ କରଶର୍ମା।ଶେଷରେ ଏସବିଡିର ପିଇଟି ମନୋଜ ସାହୁ ଧନ୍ୟବାଦ ଦେଇଥିଲେ।ଏଠାରେ ସୂଚନାଯୋଗ୍ୟ ଆଜିଠାରୁ ଆରଂଭ ଏହି କ୍ରୀଡା ଉତ୍ସବ ଆସନ୍ତା ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.