Home ଜିଲ୍ଲା ପରିକ୍ରମା ଭଦ୍ରକ ସଂସଦୀୟ କ୍ଷେତ୍ରରେ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ବାବଦରେ ରାଜ୍ୟ ଆଞ୍ଚଳିକ ଅଧିକାରୀଙ୍କ ସହ...

ଭଦ୍ରକ ସଂସଦୀୟ କ୍ଷେତ୍ରରେ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ବାବଦରେ ରାଜ୍ୟ ଆଞ୍ଚଳିକ ଅଧିକାରୀଙ୍କ ସହ ସମୀକ୍ଷା କଲେ ଭଦ୍ରକ ସାଂସଦ

29

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଚାଲୁରହିଥିବା ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ବାବଦରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟରେ ରାଜ୍ୟ ଆଞ୍ଚଳିକ ଅଧିକାରୀ ଡ. ରାମ ପ୍ରସାଦ ପଣ୍ଡାଙ୍କ ସହ ସମୀକ୍ଷା କରିଛନ୍ତି। ଆରମ୍ଭରୁ କାର୍ଯ୍ୟର ମନ୍ଥରତାକୁ ନେଇ ସାଂସଦ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରକାଶ ଥାଉକି ଚଣ୍ଡିଖୋଲ ଠାରୁ ଭଦ୍ରକ ମଧ୍ୟରେ ପୂର୍ବରୁ ସାଂସଦ, ବିଧାୟକ, ଅଧିକାରୀ ଓ ଜନସାଧାରଣଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ କରି ଚରମ୍ପା କଲେଜ ଛକ ଓ ତ୍ରିଶଳପୁର ଛକଠାରେ ଏକ ପୋଲ ଏବଂ ଅଣ୍ଡର ପାସ୍ ନିର୍ମାଣ ପାଇଁ ଦୁଇଗୋଟି ପ୍ରକଳ୍ପର ବିଭାଗୀୟ ସୁପାରିଶ କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ବନ୍ତଛକ ଓ ନୂଆବସ୍ ଷ୍ଟାଣ୍ଡ ପାଶ୍ୱର୍ରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟବନ୍ଦ ଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଭଣ୍ଡାରିପୋଖରୀ ପାହିମହୁରା ଠାରେ ଛାତ୍ରଛାତ୍ରୀଙ୍କ ଗମନାଗମନ ପାଇଁ ଏକ ରୋଡ୍ ଓଭର ବ୍ରିଜ୍ ଏବଂ ଦକ୍ଷିଣବାଡ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଣୀଧନ ଚିକିତ୍ସାଳୟ ସମ୍ମୁଖରେ ଜଳମଗ୍ନ ହେଉ ଥିବାରୁ ଚାଲୁ ରହିଥିବା କଂକ୍ରିଟ୍ ଡ୍ରେନ୍‌କୁ ସଂପ୍ରସାରଣ କାର୍ଯ୍ୟ ତୁରନ୍ତ ନିର୍ମାଣ କରିବା ପାଇଁ ଡ. ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଭଦ୍ରକ ସଂସଦୀୟ କ୍ଷେତ୍ରରେ ଜାତୀୟ ରାଜପଥ ୧୬ ଛଥାକିଆ ରାସ୍ତା ଦ୍ୱିତୀୟ ପର୍ଯ୍ୟାୟର ଭଦ୍ରକ ଠାରୁ ବାଲେଶ୍ୱର ମଧ୍ୟରେ ପ୍ରସ୍ତାବିତ ନୂତନ ପୋଲ ମାର୍କୋଣା, ସୋରୋ ଠାରେ ୩ ଗୋଟି, ବିଦୁ ଓ ବାହାନଗା ଠାରେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାର କାର୍ଯ୍ୟ ଗ୍ରହୀତା ଡିବିଏଲ୍‌ଙ୍କ ଉପରେ ସାଂସଦ ଅସନ୍ତୋଷ ପ୍ରକାଶ କରିଥିଲେ।

ଜାତୀୟ ରାଜପଥ ରାଜ୍ୟ ଆଞ୍ଚଳିକ ଅଧିକାରୀ ପଣ୍ଡା ଏହି ସବୁ ପ୍ରକଳ୍ପ ଆରମ୍ଭ ହୋଇ ଖୁବ୍ ଶୀଘ୍ର ସଂପୂର୍ଣ୍ଣୀକରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶ ଥାଉକି ପୂର୍ବରୁ ସାଂସଦ ଅଧିବେଶନରେ ଜାତୀୟ ରାଜପଥ ୧୬ ଛ ଥକିଆ ରାସ୍ତାର ଶୀଘ୍ର ସଂପୂର୍ଣ୍ଣୀକରଣ ପାଇଁ ସଂସଦରେ ପ୍ରଶ୍ନର ଉତ୍ତରରେ ୨୦୨୨-୨୩ ଆର୍ଥିକ ବର୍ଷରେ ସଂପନ୍ନ ହେବ ବୋଲି ମାନ୍ୟବର କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସାଗରା ମାଳା ପରିଯୋଜନାରେ ପ୍ରସ୍ତାବିତ ଉପକୂଳ ରାଜପଥୀ ଟାଙ୍ଗୀ ରତନପୁର ଦୀଘା ୩୮୨ କିମି ରାସ୍ତାର ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀ ରତନପୁର ୧୭୭ କିମି ପ୍ରକଳ୍ପର ଟେଣ୍ଡର ହୋଇକାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥଳେ ଭଦ୍ରକ ସଂସଦୀୟ କ୍ଷେତ୍ରର ଚାନ୍ଦବାଲି-ଧାମରା ବାହାନଗା ମଧ୍ୟରେ ପ୍ରାୟ ୫୨ କିଲୋମିଟର ରାଜପଥ ଖୁବଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଞ୍ଚଳିକ ଅଧିକାରୀ ଡ. ପଣ୍ଡା ପ୍ରକାଶ କରିଥିଲେ। ଆସନ୍ତା ଶୀତକାଳୀନ ସଂସଦୀୟ ଅଧିବେଶନ ପରେ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ଉପକୂଳ ରାଜପଥ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା ବୈଠକ ପ୍ରସ୍ତାବକୁ ପଣ୍ଡା ସ୍ୱାଗତ କରିଥିଲେ। ଉକ୍ତ ଆଲୋଚନା ଅତ୍ୟନ୍ତ ସନ୍ତୋଷ ଜନକ ଥିଲା। ଏହି ସୀମକ୍ଷା ବୈଠକରେ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.