Home ଓଡ଼ିଶା ଭଦ୍ରକ – ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ପାଇଁ ୪୦ ପ୍ଲାଟୁନ ପୁଲିସ୍ ଫୋର୍ସ

ଭଦ୍ରକ – ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ପାଇଁ ୪୦ ପ୍ଲାଟୁନ ପୁଲିସ୍ ଫୋର୍ସ

36

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତି ପାହିଲେ ଐତିହାସିକ ଶ୍ରୀରାମ ନବମୀ। ଭଦ୍ରକ ଜିଲାରେ ମହା ଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ମହୋତ୍ସବ। ଭଦ୍ରକ ସହରର ଗାନ୍ଧି ପଡିଆ ଠାରେ ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଆୟୋଜିତ ଯଜ୍ଞର ଆସନ୍ତାକାଲି ପୂର୍ଣ୍ଣାହିତ ଦିବସ। ତେବେ ଶେଷ ଦିନରେ ଭଦ୍ରକ ସହରରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ମେଢ ଗୁଡିକ ନେହେରୁ ଷ୍ଟାଡିୟମ୍ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ ସାମିଲ ହେବେ। ତେବେ ପ୍ରାୟ ୮୦ ରୁ ଅଧିକ ମେଢ ସାମିଲ ହେବେ। ଏନେଇ ଶ୍ରୀରାମ ମହାଯଜ୍ଞ ସମିତି ସମସ୍ତ ପ୍ରସ୍ତୁତି ଶେଷ କରିଛି। ନଗର ସଂକୀର୍ତ୍ତନ ପାଇଁ ଭଦ୍ରକ ପୁଲିସ୍ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ସହ ସମୁଦାୟ ୪୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୧୯ ଇନ୍ସିପେକ୍ଟର, ୧୦୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ମୁତୟନ ହୋଇଛନ୍ତି। ତେବେ ନଗର ସଂକୀର୍ତ୍ତନ ହେବାକୁ ଥିବା ଅଂଚଳରେ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି। ତେବେ ପ୍ରତ୍ୟେକ ମେଢ ସହ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ସହରରେ ଟ୍ରାଫିକ ପୋଷ୍ଟ ସହ ପାଟ୍ରୋଲିଂ ଟିମ୍ ସହରରେ ପଇଁତରା ମାରୁଥିବା କହିଛନ୍ତି ଭଦ୍ରକ ଏସ୍‌ପି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.