Home ଜିଲ୍ଲା ପରିକ୍ରମା ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ସହରରେ ଅଟୋମେଟିକ୍ ଡିଜିଟାଲ ଲାଇଟ୍ ଟ୍ରାଫିକ୍ ଟାୱାର, ୨ଟି ସ୍ଥାନରେ...

ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ସହରରେ ଅଟୋମେଟିକ୍ ଡିଜିଟାଲ ଲାଇଟ୍ ଟ୍ରାଫିକ୍ ଟାୱାର, ୨ଟି ସ୍ଥାନରେ ଉଦ୍‌ଘାଟନ କଲେ ସାଂସଦ ଓ ବିଧାୟକ

55

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତି ପାହିଲେ ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସି ଉଠିବ । ତେବେ ଏହି ପାର୍ବଣର ଜନ ସମାଗମକୁ ଆଖି ଆଗରେ ରଖି ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ଆଜି ସହରର ଚାନ୍ଦବାଲି-ବାଇପାସ୍ ଓ ଅପର୍ତ୍ତିବିନ୍ଧା ଛକ ଠାରେ ଦୁଇଟି ଅଟୋମେଟିକ୍ ଡିଜିଟାଲ ଟ୍ରାଫିକ୍ ଟାୱାରକୁ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ତେବେ ଏହି ଦୁଇଟି ଟ୍ରାଫିକ୍ ଟାୱାରର ଅଟୋମେଟିକ୍ ଡିଜିଟାଲ କଣ୍ଟ୍ରୋଲ ଲାଇଟ୍ ଗୁଡିକ ସାଂସଦ ଓ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ବହନ କରାଯାଇଛି । ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଚାନ୍ଦବାଲି ବାଇପାସ୍ ଛକ ଓ ଅପର୍ତ୍ତିବିନ୍ଧାସ୍ଥିିତ ଛକ ଟ୍ରାଫିକ୍ ଟାୱାରଟିକୁ ସାଂସଦ ଶ୍ରୀମତୀ ମଣ୍ଡଳ ଫିତା କାଟି ଉଦ୍‌ଘାଟନ କରିଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କରୀ ଦଲୱାଜି ହବିବ, ଭଦ୍ରକ ଲାୟନ୍ସ କ୍ଲବ୍ ସଭାପତି ଅଶୋକ ମହାନ୍ତି, ଜିଲା ଗଭର୍ଣ୍ଣର ଶରତ ଚନ୍ଦ୍ର ପ୍ରଧାନ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏଥି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନ ସଭାକୁ ଲାୟନ୍ସ କ୍ଲବ୍ ଭଦ୍ରକର ପାଷ୍ଟ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ପ୍ରକାଶ ଜେନା ସଂଯୋଜନା କରିଥିବାବେଳେ ଜିଲା ସଭାପତି ଅଶୋକ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ଅତିଥିମାନେ ଯୋଗଦେଇଥିବା ସମସ୍ତ ଜନସାଧାରଣଙ୍କୁ ସୂଚନା ଦେବାକୁ ଯାଇ ଆମ ଦେଶରେ ଦୈନିକ ୪ ଶହରୁ ଉର୍ଦ୍ଧ୍ୱ ଜୀବନ ସଡକ ଦୁର୍ଘଟଣାରେ ଯାଉଥିବାବେଳେ ଏହା ମୂଳରେ ବେପରୁଆ ଗାଡିଚାଳନା ଦାୟୀ ବୋଲି କହିଥିଲେ । ଏବଂ ଏହାକୁ କିଛି ମାତ୍ରାରେ ରୋକିବା ପାଇଁ ଭଦ୍ରକ ଲାୟନ୍ସ କ୍ଲବ୍‌ର ଏହିଭଳି ପ୍ରୟାସକୁ ଭଦ୍ରକବାସୀ ସ୍ୱାଗତ କରିଥିବାବେଳେ ସାଂସଦ ଓ ବିଧାୟକଙ୍କ ସହଯୋଗ ପାଇଁ କ୍ଲବ୍ ପକ୍ଷରୁ ସଭାପତି ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁରୂପ ପାଷ୍ଟ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ପ୍ରକାଶ ଜେନା ପ୍ରଶାସନର ଏଭଳି ସହଯୋଗ ରହିଲେ ଏହି କ୍ଲବ୍ ତାର ଅକୁଣ୍ଠ ସହାୟତା ନିଶ୍ଚିତ ଭାବେ ବହନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲା ଗଭର୍ଣ୍ଣର-୧ ପ୍ରଲୁବ୍ଧ ଜେନା, ଉପଜିଲା ଗଭର୍ଣ୍ଣର-୨ ମମତା ଦାସ, ଆଞ୍ଚଳିକ ଚେୟାରମେନ୍‌, ମନିଷା ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଲାୟନ୍ସ କ୍ଲବ୍ ଭଦ୍ରକର ସଂପାଦକ ସରୋଜ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ ପଟ୍ଟନାୟକଙ୍କ ସମେତ ସଦସ୍ୟ ନିରଂଜନ ଗୁପ୍ତା, ବିଜୟ ଗୁପ୍ତା, ମୁନେଶ ଗୁପ୍ତା, ଓମ୍‌ପ୍ରକାଶ ଗୁପ୍ତା, ପ୍ରୀତିରଂଜନ ଦାସ, ପୂର୍ଣ୍ଣଚନ୍ଦ୍ର ସେନ, ଗୋବିନ୍ଦ ମୋର ପ୍ରମୁଖ ସହାୟତା କରିଥିଲେ । ଶେଷରେ ଶୁଭ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.