ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଳବ୍ ପରିସରରେ (୨୭-୨୮ ) ରୋଟାରୀ ବର୍ଷ ପାଇଁ ସଭାପତି ଭାବେ ରୋ ଶାନ୍ତି ସ୍ୱରୂପ ମିଶ୍ର ଓ ସମ୍ପାଦକ ଭାବେ ରୋ ପ୍ରଣବ କୁମାର ସାହୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।ରୋଟାରୀ କ୍ଲବ ନିର୍ବାଚନ ଅଫିସର ରୋ ବସନ୍ତ କୁମାର ପାଣିଗ୍ରାହୀ ଆଜି ଆନୁଷ୍ଠାନିକ ଭାବେ ସର୍ବସମ୍ମତି କ୍ରମେ ଆସିଥିବା ପ୍ରସ୍ତାବ ଓ ସମର୍ଥନ ଗ୍ରହଣ ପୂର୍ବକ ନିର୍ବାଚନ ଫଳ ଘୋଷଣା କରିବା ପରେ ଉପସ୍ଥିତ ସମସ୍ତ ସଭ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରି ନବନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଚଳିତ ରୋଟାରୀ ବର୍ଷର ସଭାପତି ରୋ ନାସିର ବସ୍କ ଙ୍କ ସଭାପତିତ୍ୱରେ ୨୬-୨୭ ରୋଟାରୀ ବର୍ଷର ପ୍ରଥମ ମହିଳା ସଭାପତି ସାୟନ୍ତା ସୌରମାଳିନି ସାହୁ ଙ୍କ ରୋଟାରୀ ବର୍ଷର ବୋର୍ଡ ଅଫ ଡାଇରେକ୍ଟର ଏବଂ ଚେୟାରମେନ ମାନଙ୍କ ନାମ ମନୋନୟନ କରାଯାଇ ଇଲେକ୍ସନ ଅଫିସର ରୋ ବସନ୍ତ ପାଣିଗ୍ରାହୀ ଘୋଷଣା କରିଥିଲେ ।ରୋଟାରୀ ଗଭର୍ଣ୍ଣର ୨୭-୨୮ ଇନ୍ଦ୍ରଜିତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ବାଚିତ ସଭାପତି , ସମ୍ପାଦକ ଓ ବୋର୍ଡ ଅଫ ଡାଇରେକ୍ଟର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତୁରନ୍ତ ଭଦ୍ରକ ରୋଟାରୀ କ୍ଳବ୍ ଦ୍ୱାରା ଏକ ଚକ୍ଷୁ ଓ ଦନ୍ତ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ କରି ଆବଶ୍ୟକ ଅର୍ଥ ରୋଟାରୀ ଫାଉଣ୍ଡେସନ ମାଧ୍ୟମରେ ୨୭-୨୮ ରୋଟାରୀ ବର୍ଷରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋ ବିଜୟ ସାହୁ, ଅମ୍ବିକା ବଲ୍ଲଭ ସ୍ୱାଇଁ, ଉମାକାନ୍ତ ଜେନା, ଗୟାଧର ପଣ୍ଡା, ବସନ୍ତ ସାମଲ, ସୈଳେନ୍ଦ୍ର ପାଢ଼ୀ, ସତ୍ୟସୁନ୍ଦର ମଣ୍ଡଳ, ଅଜିତ କୁମାର ମହାପାତ୍ର, ସୌଭାଗ୍ୟ ବଳ ଓ ବହୁ ନିମନ୍ତ୍ରିତ ଅତିଥି ନବ ନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ସହିତ ଶୁଭେଚ୍ଛା ପ୍ରଦାନ କରିଥିଲେ।ଏହାର ପ୍ରତ୍ୟୁତର ରେ ସଭାପତି ଓ ସମ୍ପାଦକ ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରତିଶ୍ରୁତି ଦେଇଥିଲେ।ଶେଷରେ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଳବ୍ର (୨୭-୨୮ )ସଭାପତି ଭାବେ ଶାନ୍ତିସ୍ୱରୂପ ମିଶ୍ର ଓ ସମ୍ପାଦକ ଭାବେ ପ୍ରଣବ...








