ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଲବ ର ୫୪ତମ ପ୍ରତିଷ୍ଠା ଦିବସ ଓ ନବ ନିର୍ବାଚିତ ରୋଟାରୀ ଗଭର୍ଣ୍ଣର ରୋଟରିଆନ ଇନ୍ଦ୍ରଜିତ ସାହୁ ଙ୍କୁ ଭଦ୍ରକ ରୋଟାରୀ ଭବନ ଓ ସଂଲଗ୍ନ ନରେନ୍ଦ୍ର ରୟାଲ୍ସ୍ ମଣ୍ଡପ ପରିସରରେ ଏକ ମହା ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା।ଏହି ସଭାରେ ରୋଟାରୀ କ୍ଳବ୍ ସଭାପତି ରୋ.ସନ୍ତୋଷ କୁମାର ନାୟକ ସଭାପତିତ୍ୱ କରିଥିଲେ ଏବଂ ଚେୟାରମେନ ରୋ.ଆମ୍ବିକ ବଲ୍ଲଭ ସ୍ୱାଇଁ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବରେ ଚଳିତ ରୋଟାରୀ ବର୍ଷର ଗଭର୍ଣ୍ଣର ରୋ. ଯଜ୍ଞାଶୀଷ ମହାପାତ୍ର,ଅନ୍ୟତମ ଅତିଥିବୃନ୍ଦ ପୂର୍ବତନ ରୋଟାରୀ ଗଭର୍ଣ୍ଣର ରୋ.ରବିନାରାୟଣ ନନ୍ଦ , ରୋ.ଅଶୋକ ମହାପାତ୍ର, ରୋ.ସୌମ୍ୟ ମିଶ୍ର,ରୋ.ଶାନ୍ତନୁ ପାଣି,ରୋ. ଜୟଶ୍ରୀ ମହାନ୍ତି ରୋଟାରୀ ଗଭର୍ଣ୍ଣର ନିର୍ବାଚିତ ଅନିଲ ସାମଲ ପ୍ରମୁଖ ଯୋଗଦେଇ ନବ ନିର୍ବାଚିତ ରୋଟାରୀ ଗଭର୍ଣ୍ଣର (୨୭-୨୮ ବର୍ଷ)ରୋ .ଇନ୍ଦ୍ରଜିତ ସାହୁଙ୍କ କାର୍ଯୟନିର୍ବାହୀ ଦକ୍ଷତା ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିବା ସହିତ ରୋଟାରୀ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ଆଲୋଚନା କରିବା ସହିତ ଫାଷ୍ଟ ଲେଡି ରୋ.ସାୟନ୍ତା ସୌର ମାଳିନୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଓଡ଼ିଶାର କୋଣ ଅନୁକୋଣରୁ ଯଥା ବ୍ରହ୍ମପୁର ଠାରୁ ଜଳେଶ୍ୱର ଓ ରାଇବଣିଆ ପର୍ଯ୍ୟନ୍ତ ବିଭିନ୍ନ ପ୍ରାୟ ୮୫ ଗୋଟି କ୍ଲବ ରୁ ସଦସ୍ୟ ଓ ଭଦ୍ରକ ଜିଲ୍ଲାର ଲୟନ୍ସ କ୍ଳବ୍,ବସ ସିଣ୍ଡିକେଟ ସମେତ ଅଗ୍ରଣୀ ସମସ୍ତ ସାମାଜିକ ଅନୁଷ୍ଠାନ ତଥା ସଂଗଠନ ଓ ବୁଦ୍ଧିଜୀବୀ ଗଣ ଉପସ୍ଥିତ ରହି ଉଭୟ ରୋ ଇନ୍ଦ୍ରଜିତ ସାହୁ ଓ ରୋ ସାୟନ୍ତା ସୌର ମାଳିନୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସର୍ବମୋଟ ୩୬୦ ଜଣରୁ ଉର୍ଦ୍ଧ୍ୱ ରୋଟାରିଆନ ଓ ଶୁଭେଚ୍ଛୁ ଜନସାଧାରଣ ଏହି ସଭାରେ ଉପସ୍ଥିତ ଥିଲେ।ଶେଷରେ କ୍ଳବ୍ ପ୍ରତିଷ୍ଠା ଦିବସ ଉପଲକ୍ଷେ ଛେନାପୋଡ଼ କଟାଯାଇ ଉତ୍ସବ ପାଳନ କରାଯାଇଥିଲା।ଶେଷରେ ଫେଲୋସିପ ମଧ୍ୟାହ୍ନ ଭୋଜନ କରାଯାଇ ସଭା ସମାପ୍ତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ରୋ.ବସନ୍ତ ପାଣିଗ୍ରାହୀ ,ମଙ୍ଗିଲାଲ ବଳଦେବା,ପ୍ରମୋଦ ଜେନା,ଉମାକାନ୍ତ ଜେନା,ପ୍ରଣବ କୁମାର ସାହୁ, ବାଦଲ ମହାପାତ୍ର, ସୈଳେନ୍ଦ୍ର ପାଢ଼ୀ,ଭାସ୍କର ପାଢ଼ୀ,ଗୟାଧର ପଣ୍ଡା,ବୈରାଗୀ ଧଳ,ଶଶିଶେଖର କରଶର୍ମା,ସୀତାକାନ୍ତ ଦାସ, କମଳାକାନ୍ତ ବେହେରା,ନାସିର ବକ୍ସ,ପୂର୍ଣ୍ଣ ଚନ୍ଦ୍ର ସାହୁ,ବିଜୟ ସାହୁ,ଶାନ୍ତି ସ୍ୱରୂପ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ବରିଷ୍ଟ ସଭ୍ୟ ପ୍ରଣବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବ ପ୍ରତିଷ୍ଠା ଦିବସ ଓ ନବ ନିର୍ବାଚିତ ରୋଟାରୀ ଗଭର୍ଣ୍ଣରଙ୍କୁ ସମ୍ବର୍ଦ୍ଧନା








