ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଲବ ଦ୍ୱାରା ଜିଲ୍ଲାର ୨୫ ଜଣ କୃତି ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ରାଷ୍ଟ୍ର ନିର୍ମାଣ ସମ୍ମାନ ମିଶନ ପବ୍ଲିକ ସ୍କୁଲ ପରିସରରେ ପ୍ରଦାନ କରାଯାଇଛି।ରୋଟାରୀ କ୍ଲବ ର ସଭାପତି ରୋ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଡ଼ଃ ପ୍ରଫୁଲ୍ଲ କୁମାର ସାହୁ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ,ସୁଲେଖକ,ଗାଳ୍ପିକ ତଥା ସୁନାମଧନ୍ୟ ସ୍ତମ୍ବକାର ପବିତ୍ର କୁମାର୍ ପାଣିଗ୍ରାହୀ ଯୋଗଦେଇ କୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିକ୍ଷକ ମାନେ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା ବୋଲି ବକ୍ତବ୍ୟ ରଖିଥିଲେ।ଦେଶର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଉଚିତ୍ ମାର୍ଗଦର୍ଶନ ର ଭୂମିକା ଗୁରୁଜୀମାନେ ହିଁ ବହନ କରିଥାନ୍ତି ବୋଲି ବକ୍ତବ୍ୟ ରଖିଥିଲେ।କ୍ଳବ୍ ସମ୍ପାଦିକା ରୋ ସାୟନ୍ତା ସୌରମାଳିନି ସାହୁ,ଚେୟାରମେନ ରୋ ଭାସ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ମଂଚାସୀନ ହୋଇଥିଲେ। ସଂଯୋଜକ ରୋ ପ୍ରଣବ କୁମାର ସାହୁ ଅତିଥି ପରିଚୟ କରିବା ସହିତ ସଭା ସଂଯୋଜନା କରିଥିଲେ।ରୋ ଅମ୍ବିକା ବଲ୍ଲଭ ସ୍ୱାଇଁ ,ରୋ ବସନ୍ତ ପାଣିଗ୍ରାହୀ,ରୋ ସୀତାକାନ୍ତ ଦାସ,ରୋ ଉମାକାନ୍ତ ଜେନା,ରୋ ଗୟାଧର ପଣ୍ଡା, ରୋ ସୈଲେନ୍ଦ୍ର ନାରାୟଣ ପାଢ଼ୀ ,ରୋ ପ୍ରମୋଦ ଜେନା ,ରୋ ବାଦଲ କିଶୋର ମହାପାତ୍ର,ରୋ ଶାନ୍ତି ସ୍ୱରୂପ ମିଶ୍ର ଓ ମିଶନ ପବ୍ଲିକ ସ୍କୁଲ୍ ର ଶିକ୍ଷୟତ୍ରୀ ସାଥୀ ଗୁଇଁ ,ସ୍ନିଗ୍ଧା ପଲାଇ,ଶୁଭଶ୍ରୀ ବେହେରା ,ସୁଚରିତା ନାୟକ,ରାଜଶ୍ରୀ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।ରୋ ଡିଷ୍ଟ୍ରିକ୍ଟ ପରାମର୍ଶଦାତା ତଥା ମିଶନ ପବ୍ଲିକ ସ୍କୁଲ ର ନିର୍ଦ୍ଦେଶକ ରୋ ଇନ୍ଦ୍ରଜିତ ସାହୁ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବ ଦ୍ୱାରା ୨୫ ଜଣ କୃତି ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ରାଷ୍ଟ୍ର ନିର୍ମାଣ ସମ୍ମାନ ପ୍ରଦାନ