Home ଜିଲ୍ଲା ପରିକ୍ରମା ଭଦ୍ରକ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୧୫୪୭୪୩୩ ଟଙ୍କାରେ ୧୧୦୬ ଟି ମୋକଦ୍ଦମା ଆପୋଷ...

ଭଦ୍ରକ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୧୫୪୭୪୩୩ ଟଙ୍କାରେ ୧୧୦୬ ଟି ମୋକଦ୍ଦମା ଆପୋଷ ସମାଧାନ

31

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜ଼ିଲ୍ଲାକୋର୍ଟ, ନଳାଙ୍ଗ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଅରୋଲିପି ପରିଜା ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୨୧୫୪୭୪୩୩ ଟଙ୍କାରେ ୧୧୦୬ ଟି ମୋକଦ୍ଦମାର ଆପୋଷ ସମଧାନ ହୋଇ ଥିଲା । ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି, ଟ୍ରିବୁନାଲର ବିଚରାଧୀନ ଥିବା ୧୭ ଟି ମାମଲାର ୧୨୮୨୫୦୦୦ ଟଙ୍କାରେ, ୨୩ଟି ଚେକ ବାଉନ୍ସ, ପୁନଃରୁଦ୍ଧାର ମାମଲା ୩୫୫୬୮୬୪ ଟଙ୍କାରେ, ୧୮ଟି ବୈବାହିକ ବିବାଦ, ୭୦୫ଟି ରାଜସ୍ୱ ମୋକଦ୍ଦମା ୧୩୪୫୬୮ ଟଙ୍କାରେ, ୪୮ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୩୪୬୭ଟି ବ୍ୟାଙ୍କ ଋଣ ମାମଲା, ୧୫୩୭୧୯୦ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୟ ୧୪ ଟି ମାମଲା ୩୨୯୭୮ ଏବଂ ଟି ପି ଏନ ଓ ଡି ଏଲ (ବିଦ୍ୟୁତ) ୩୦ ଟି ମାମଲାରେ ୩୬୪୮୧୩ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.