Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳ ଷ୍ଟେସନରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଭଦ୍ରକ ରେଳ ଷ୍ଟେସନରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

20

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସାମାଜିକ ସଂଗଠନ ଫେଲୋସିପ୍ ଦ୍ୱାରା ପରିଚାଳିତ ସଖ ୱାଡ଼୍ ଷ୍ଟପ୍ ସେଣ୍ଟର, ସ୍ୱାଧାର ଗୃହ, ଚାଇଲ୍ଡ କେୟାର ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଭଦ୍ରକ ରେଳ ଷ୍ଟେସନ ପରିସରରେ ବିଶ୍ୱ ଏହ୍‌ସ ଦିବସ ପାଳିତ ହୋଇ ଯାଇଛି । ଏହି ସଭାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ଫେଲୋସିପ୍‌ର ସମ୍ପାଦକ ଏସ୍‌.ଏମ୍‌. ଫାରୁକ, ଭଦ୍ରକ ଚାଇଲ୍‌ଡ କେୟାର ସେଣ୍ଟର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ରୋଟାରିଆନ ଶିଶିର ମିଶ୍ର, ଜିଲ୍ଲା ବଣିକ ସଂଘ ସଭାପତି ଗୌରାଙ୍ଗ ପଣ୍ଡା, ଶିକ୍ଷାବିତ୍ ତଥା ସମାଜସେବୀ ଚନ୍ଦ୍ରଭାନୁ ନାୟକ, ଡିପିଏମ୍ ଦେବବ୍ରତ ମହାପାତ୍ର, ବରିଷ୍ଠ ନାଗରିକ କୈଳାସ ମହାପାତ୍ର ଓ ଅବ୍‌ଦୁଲ କାଶିମ୍ ଖାନ୍‌, କିନ୍ନର ସଂଘର ସୁଶ୍ରୀ ସୋନାଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱରୁ ଏଚ୍‌.ଆଇ.ଭି. ଏଡ୍‌ସ ଭଳି ମହାମାରୀ ସମୂଳେ ବିନାଶ କରିବା ସହ ସମାଜରୁ ଅସମାନତା ଦୂର ନିମିତ୍ତ ଅତିଥିମାନେ ଆହ୍ୱାନ ଦେଇଥିଲେ । ୱାନ୍ ଷ୍ଟପ୍ ସେଣ୍ଟରର ସେଣ୍ଟର ଆଡ୍‌ମିନିଷ୍ଟ୍ରେଟର ପୁଷ୍ପାଞ୍ଜଳି ବେହେରା, ଅନ୍ନପୂର୍ଣ୍ଣ ସାହୁ, ସାବିତ୍ରୀ ବିଶ୍ୱାଳ, ସ୍ୱାଧାର ଗୃହ ଅଧ୍ୟକ୍ଷା ଯୋଗମାୟା ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଚାଇଲ୍ଡ ଲାଇନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ନୃତ୍ୟ ପରିବେଷଣ କରାଯାଇଥିଲା । ଭଦ୍ରକ ଜିଲ୍ଲାକୁ ଏଡ୍‌ସ ମୁକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ ଅତିଥି ଏବଂ ସଭାସଦ୍‌ବର୍ଗ ଶପଥ ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.