Home ଜିଲ୍ଲା ପରିକ୍ରମା ଭଦ୍ରକ ଯୁବ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା,ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ

ଭଦ୍ରକ ଯୁବ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା,ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ

5

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଚୟନ ପରେ ଆଜି ଭଦ୍ରକ ଜିଲ୍ଲାବାସୀ ଓ ଭଦ୍ରକ ବିଜେପି ପରିବାର ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ସେ ସାମିଲ ହୋଇ ଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବିଜେପି ନେତା ଅଜୟ ନାୟକ, ବନ୍ତ ନିର୍ବାଚନ ମଣ୍ଡଳୀ ନେତା ସୁଧାଂଶୁ ନାୟକ, ବାସୁଦେବପୁରର ବାଣୀକଲ୍ୟାଣ ମହାନ୍ତି ଏବଂ ସମସ୍ତ ମଣ୍ଡଳ ସଭାପତି ବୁଥ କମିଟିର ସଭାପତି ଦଳିୟ କାର୍ଯ୍ୟା କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ବିଧାୟକ ଶ୍ରୀ ମହାପାତ୍ର ଭଦ୍ରକର ନିଉ ସର୍କିଟ ହାଉସରେ ପହଂଚିବା ପରେ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧନା ପୂର୍ବକ ଏକ ବିଶାଳ ମୋଟର ସାଇକେଲ ରାଲିରେ ସହିଦ ସ୍ମୃତି ଭବନକୁ ଅଣାଯାଇଥିଲା। ସେଠାରେ ଦଳୀୟ କର୍ମକର୍ତା ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାପରେ ଗୋଶାଳା ପରିସରରେ ଗୋମାତାଙ୍କ ପୂଜା କରି ସେ ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ଗରିମାମୟ ପରିବେଶରେ ସାଂସଦ ଅଭିମନ୍ୟୁ ସେଠୀ , ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ,ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ସଭାପତି ଓ ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ଗ୍ରହଣ କରି ଏହା ଏକ ପବିତ୍ର ସଙ୍କଳ୍ପ ବୋଲି କହିଥିଲେ। ଏବଂ ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି, ସୁଶାସନ ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଗକୁ ବଢ଼ିବାରେ ସଦା ପ୍ରତିବଦ୍ଧ ରହିବେ ବୋଲି ନିଜ ଅଭିଭାଷଣରେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.