Home ଜିଲ୍ଲା ପରିକ୍ରମା ଭଦ୍ରକ : ଯୁବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ : ଯୁବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

41

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମେ ଯୁବକମାନେ ଆଜି ଆମ ନେତା ନବୀନ ବାବୁଙ୍କ ପାଇଁ ନିଜକୁ ଗର୍ବ ଅନୁଭବ କରୁଛୁ । କାରଣ ଆମ ନେତା କେବଳ ଆମ ରାଜ୍ୟରେ ଜନପ୍ରିୟ ନୁହଁନ୍ତି, ବରଂ ଦେଶ ଓ ବିଶ୍ୱରେ ମଧ୍ୟ ଜନାଦୃତ ହୋଇପାରିଛନ୍ତି ବୋଲି ରାଜ୍ୟ ବିଜୁ ଯୁବଜନତା ଦଳ ସଭାପତି ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ କହିଛନ୍ତି । ଆଜି ଭଦ୍ରକ ସହର ଉପକଣ୍ଠ ନଳାଙ୍ଗ ସନ୍ନିକଟ ବିଭୂତିପୁର ଝାଉଁବଣ ଠାରେ ଅନୁଷ୍ଠିତ ଜିଲ୍ଲା ଯୁବ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ରାଜ୍ୟ ଯୁବ ବିଜେଡି ସଭାପତି ବିଧାୟକ ଡ. ରାୟ ଏହା କହିଥିଲେ । ଏହା ମୋ ପାଇଁ ତଥା ଜିଲ୍ଲା ପାଇଁ ଗର୍ବ ଆଣିବ ବୋଲି ସେ କହିଥିଲେ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରାଜୟ ବରଣ କରିଥିବା ଧାମନଗର ନିର୍ବାଚନ ମଣ୍ଡଳୀରେ ଅଧିକ ଯୁବକର୍ମୀମାନେ ସଂଗଠନକୁ ସକ୍ରିୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ରାଜନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ନିଜ ଅଭିଭାଷଣରେ ଭଲ କାମ କଲେ କ୍ଷମତା ହାସଲ ହୁଏ, କ୍ଷମତା ପଛରେ ଗୋଡାଇଲେ ଆସେ ନାହିଁ ବୋଲି ଯୁବକର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ତାଙ୍କ ବକ୍ତବ୍ୟରେ ଭଦ୍ରକ ଠାରେ ୫ ହଜାର ଯୁବକର୍ମୀଙ୍କ ନେଇ ଏକ ସମାବେଶ କରାଯିବାକୁ ଘୋଷଣା କରିବା ସହ ଯୁବଗୋଷ୍ଠୀ ଦଳୀୟ ଶୃଙ୍ଖଳା ଓ ନୀତିକୁ ମାନି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରିନ୍ସ ରାକେଶ ନାୟକ, ରାଜ୍ୟ ଛାତ୍ର ସଂପାଦକ ଭାସ୍କର ମହାଳିକ, ରାଜ୍ୟ ଛାତ୍ର ଯୁଗ୍ମ ସଂପାଦକ ସୌମ୍ୟରଂଜନ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ବିଶ୍ୱାଳ, ବିଜେଡି ଜିଲ୍ଲା ଯୁଗ୍ମ ସମ୍ପାଦକ ରାକେଶ ପଣ୍ଡା ପ୍ରମୁଖ ଯୋଗଦେବା ସହ ବହୁ ଯୁବ ବିଜେଡି କାର୍ଯ୍ୟକର୍ତା ମଧ୍ୟ ଉପସ୍ଥିତ ଥିଲେ । ଏହି ସମାବେଶରେ ଭଦ୍ରକ ପୌରପାଳିକା ଯୁବ ସଭାପତି ଆଶିଷ ଅମିତାଭ ମହାପାତ୍ର (ପିକୁନ୍‌), ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ଏମଡି ଫାରାକ ଆଲାମ, ଚାନ୍ଦବାଲି ସଭାପତି ପ୍ରଫୁଲ୍ଲ ବେହେରା, ଭଣ୍ଡାରିପୋଖରୀ ସଭାପତି ଲଳିତ କୁମାର ରାଉତ, ତିହିଡି ସଭାପତି ଉତମ ମହାପାତ୍ର, ବନ୍ତ ସଭାପତି ସତ୍ୟସାଧନ ବେଜ, ବାସୁଦେବପୁର ସଭାପତି ଜଗବନ୍ଧୁ ଖିଲାର, ଧାମନଗର ଏନଏସସି ସଭାପତି ଏସକେ ସହିବୁଦ୍ଦିନ, ଚାନ୍ଦବାଲି ଏନଏସି ସଭାପତି ଏସକେ ଫିରୋଜ୍ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଭଦ୍ରକ ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକର୍ତାମାନଙ୍କୁ ସମୁହ ଶପଥ ପାଠ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.