ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସର ଭିତରୁ କୋଭିଡ୍ ପରୀକ୍ଷଣ କରିବା ପାଇଁ ଯାଇଥିବାବେଳେ ମହିଳାଙ୍କ ନିକଟରୁ ୧୫ ହଜାର ଟଙ୍କା ଚୋରି ହୋଇଯାଇଛି। ସୂଚନା ଅନୁସାରେ ଭଦ୍ରକ ଜିଲା ଭଦ୍ରକ ବ୍ଲକ୍ ଭବାନିବିନ୍ଧା ଗ୍ରାମର କୌଶଲ୍ୟା ଖାମୁରାଇ ନାମକ ମହିଳା ନିଜର ସ୍ୱାମୀର ହାର୍ନିଆ ଅପରେସନ ନିମିତ୍ତ କୋଭିଡ୍ ଟେଷ୍ଟ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଲାଇନ୍ରେ ରହି ମୁଖ୍ୟ ଚିକିତ୍ସାଳୟ ଟିକେଟ୍ କାଉଣ୍ଟରରୁ ଟିକେଟ୍ କାଟିବା ସମୟରେ ପଛରୁ ଆଉ ଜଣେ ମହିଳା ଅତି ଚତୁରତାର ସହ ତାଙ୍କ ଭେନିଟ୍ରୁ ୧୫ ହଜାର ଟଙ୍କା ଚୋରି କରିନେଇଥିବାର ଅଭିଯୋଗ ଆଣିଛନ୍ତି ମହିଳା ଜଣକ। ଚୋରି ହେବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାରେ ସମାଜସେବୀ ହେମନ୍ତ ମହାପାତ୍ରଙ୍କ ସହଯୋଗରେ ମହିଳା ଜଣଙ୍କ ଭଦ୍ରକ ସଦର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ ମେଡିକାଲ ପରିସରରୁ ମହିଳାଙ୍କ ଠାରୁ ୧୫ ହଜାର ଚୋରି, ସିସିଟିଭିରେ ହେଲା କଏଦ, ପୁଲିସ୍ର...








