Home କେନ୍ଦୁଝର ତୃତୀୟ ଦିନରେ ୨୮୪ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ତୃତୀୟ ଦିନରେ ୨୮୪ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

107

ହାଟଡ଼ିହି, ୧୯/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ସମୟ ଯେତିକି କମି କମି ଯାଉଛି ପ୍ରାର୍ଥୀଙ୍କ ସଂଖ୍ୟା ସେହି ଅନୁସାରେ ବୃଦ୍ଧି ପାଉଛି। ପ୍ରଥମ ଦିନରେ ବ୍ଲକର ମୋଟ ୭୮ଜଣ ନାମାଙ୍କନପତ୍ର ଦାକଲ କରିଥିବାବେଳେ ଦ୍ୱିତୀୟ ଦିନରେ ୯୪ଜଣ ଓ ଆଜି ୨୮୪ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିପାଇଁ ଆଜି ବ୍ଲକ କାର୍ଯ୍ୟାଳୟଟି ଲୋକାରଣ୍ୟ ହୋଇ ଉଠିଥିଲା। ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲେ ମଧ୍ୟ ଲୋକମାନେ କରୋନା କଟକଣାକୁ ବି ମାନିନଥିଲେ। ଆଜି ବିଭିନ୍ନ ୱାର୍ଡରେ ୨୧୧ଜଣ ୱାର୍ଡସଭ୍ୟସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୪୯ଜଣ ସରପଞ୍ଚ ଓ ୩୩ଜଣ ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଁରାରେ ସରପଞ୍ଚ ପଦବୀ ପାଇଁ ୩ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଅକରୁଆ ପଞ୍ଚାୟତ ପଞ୍ଚାୟତରେ ୨ଜଣ, ଆମ୍ବୋରେ ୩ଜଣ, ବଡରମ୍ପାସରେ ୨ଜଣ, ବାଙ୍ଗୋରରେ ୨ଜଣ, ଢ଼େଙ୍କାରେ ଜଣେ, ଗେଡମାରେ ୨ଜଣ, ହଦଗଡରେ ଜଣେ, ହାଟଡିହିରେ ଜଣେ, କେ ବାଲିପାଳରେ ଜଣେ, କଳିଗାଁରେ ୪ଜଣ, ମରୈଗାଁରେ ୨ଜଣ, ଓରାଳିରେ ଜଣେ, ପଢ଼ିଆରିପଲ୍ଲୀରେ ୨ଜଣ, ପଞ୍ଚୁଗୋଛିଆରେ ୩ଜଣ, ଷଡଙ୍ଗରେ ଜଣେ, ସଢ଼ାରେ ଜଣେ, ଶାଳଣିଆଁରେ ଜଣେ, ସମଣାରେ ୩ଜଣ, ସୁଲଣରେ ୨ଜଣ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହାଟଡିହି ପଞ୍ଚାୟତର ଜ୍ୟୋତି ଶଙ୍କର ପରିଡା ଆଜି ତାଙ୍କର ଶତାଧିକ ସମର୍ଥକ ମାନଙ୍କ ସହ ଗ୍ରାମ ପରିକ୍ରମା କରିବାପରେ ଦେବାଶିଷ ରାଉତ, ସରାଗ କୁମାର ବିଶ୍ୱାଳ, ଯୁଦ୍ଧିଷ୍ଠିର ବେହେରା, ରଘୁନାଥ ନାୟକ, ଅକ୍ଷୟ କୁମାର ସାହୁ, ବିଶ୍ୱନାଥ ଖୁଣ୍ଟିଆ, ତପନ କୁମାର ସାହୁ, ଅଭୟ କୁମାର ରାଉତ, ବସନ୍ତ କୁମାର ପରିଡା ପ୍ରମୁଖ ସମର୍ଥକ ଓ ପ୍ରସ୍ତାବକଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିପରି ପଞ୍ଚୁଗୋଛିଆ ପଞ୍ଚାୟତରେ ପୁର୍ବତନ ସରପଞ୍ଚ ଗୋଲଖ ସେଠୀ ତାଙ୍କର ସମର୍ଥକ ଓ ପ୍ରସ୍ତାବକ ମାନଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ବଟକୃଷ୍ଣ ସେଠୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପଞ୍ଚାୟତରେ ଦୁର୍ନ୍ନୀତି ଭ୍ରଷ୍ଟାଚାର ବଢ଼ିବଢ଼ି ଚାଲୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସେ ଜଣେ ସାଧାରଣ ଚାଷୀ ପରିବାରରୁ ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛନ୍ତି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.