Home ଜିଲ୍ଲା ପରିକ୍ରମା ଭଦ୍ରକ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

ଭଦ୍ରକ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

48

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଆଜି ପୂର୍ବ ଘୋଷଣା ମତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନ ଘେରାଉ କରାଯାଇଛି । ତେବେ ବିଧାୟକ ଶ୍ରୀ ମଲ୍ଲିକ ବିଧାନସଭା କମିଟି ଅଧିବେଶନରେ ଯୋଗଦେବା ଜନିତ ଅନୁପସ୍ଥିତିକୁ ନେଇ ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର ଗ୍ରହଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ଜିଲାବାସୀଙ୍କ ପକ୍ଷରୁ ଦୀର୍ଘବର୍ଷ ହେବ ଦାବି ହୋଇଆସୁଥିବାବେଳେ ଏ ଦିଗରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ତାହା ଫଳପ୍ରସୂ ହୋଇପାରୁନାହିଁ । ଏଥିନେଇ ଗତ ୧୮ ତାରିଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହରର ବାଇପାସ ଜଗନ୍ନାଥ ମନ୍ଦିରରେ ଏକ ବୈଠକରେ ଆଜି ବିଧାୟକଙ୍କ ବାସଭବନ ଘେରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି କ୍ରମେ ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ ସମୟରେ ସହରର ସହୀଦ ସ୍ମୃତି ଭବନ ଠାରୁ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ,ପ୍ରବକ୍ତା ସଂଗ୍ରାମ ଆଚାର୍ଯ୍ୟ,ଡାକ୍ତର ହରେକୃଷ୍ଣ ନାୟକ,ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାତେନ୍ଦୁ ମହାନ୍ତି,ସମ୍ପାଦକ କୈଳାସ ମହାପାତ୍ର,ସୁଧାକର ରାଉତ, ବୈଲୋଚନ ବେହୁରିଆ,ଶାନ୍ତୁନୁ ରାଉତ, ଆଇନ୍‌ଜୀବୀ ସନ୍ତୋଷ ଦାସ, ଲକ୍ଷ୍ମୀଧର ବିଶ୍ୱାଳ, ସୀତାକାନ୍ତ ଦାସ, ଡ. ରାଧାରାଣୀ ମହାପାତ୍ର, ଅଧ୍ୟାପକ ଡ. ଭାଗବତ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ବାରିକ, ମହେଶ ଦାସ, ଭକ୍ତହରି ଦାସ, ମୁକିିବ ଖାନ୍‌, ପ୍ରତାପ ନାୟକ ପ୍ରମୁଖ ଏକ ଶୋଭାଯାତ୍ରାରେ ଆସି ବିଧାୟକ ଶ୍ରୀ ମଲ୍ଲିକଙ୍କ ବାସଭବନରେ ପହଞ୍ôଚଥିଲେ । ସେଠାରେ ମେଡିକାଲ କଲେଜ ହେବାନେଇ ବହୁ ସ୍ଲୋଗାନ ଦେବା ପରେ ବିଧାୟକଙ୍କ ଦ୍ୱାରା ଚୟନ ଏକ ତିନିଜଣିଆ ପ୍ରତିନିଧି ଦଳ ଜିଲା ବିଜେଡି ସାଧାରଣ ସଂପାଦକ ପ୍ରଣୟ ଦାସ, ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, କାଉନ୍‌ସିଲର ଦିଲ୍ଲୀପ ନାୟକ ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଏବଂ ବିଧାୟକଙ୍କ ବାର୍ତ୍ତା ମଧ୍ୟ ଶୁଣାଇଥିଲେ । ବିଧାୟକ ତାଙ୍କ ବାର୍ତ୍ତାରେ ସେ ପ୍ରଥମରୁ ଏହି ଆନ୍ଦୋଳନରେ ସାମିଲ ଥାଇ ଆଗାମୀ ଦିନରେ କିଭଳି ଏହାକୁ ସରକାରଙ୍କ ନିକଟରେ ଦୃଢଭାବେ ଉପସ୍ଥାପନ କରି ସଫଳ କରାଇବେ, ସେ ଦିଗରେ ନିଜର ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥିସହ କେବଳ ସେ ନୁହଁନ୍ତି ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ଜନସାଧାରଣ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ଦାବିରେ ସହମତ ଅଛନ୍ତି ବୋଲି ସେ ବାର୍ତ୍ତାରେ କହିଥିବା ବିଷୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.