Home ଜିଲ୍ଲା ପରିକ୍ରମା ଭଦ୍ରକ : ମେଟ୍ରିକ୍ ସମେଟିଭ୍ ଆସମେଣ୍ଟ-୧ (ଏସ୍‌ଏ) ପରୀକ୍ଷା ଆରମ୍ଭ

ଭଦ୍ରକ : ମେଟ୍ରିକ୍ ସମେଟିଭ୍ ଆସମେଣ୍ଟ-୧ (ଏସ୍‌ଏ) ପରୀକ୍ଷା ଆରମ୍ଭ

43

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଧ୍ୟମିକ ଶିକ୍ଷା ନ୍ୟୁଜ୍ (ବୋର୍ଡ) ଦ୍ୱାରା ପରିଚାଳିତ ପ୍ରଥମ ପର୍ଯ୍ୟାୟ ମେଟ୍ରିକ୍ ପରୀକ୍ଷା ସମେଟିଭ୍ ଆସମେଣ୍ଟ-୧ (ଏସ୍‌ଏ) ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ପରୀକ୍ଷା ଇଂଲିଶ ରହିଥିଲା। ପରୀକ୍ଷାର୍ଥୀମାନେ ୯.୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ୫୦ ମାର୍କ ବିଶିଷ୍ଟ ଅବଜେକଟିଭ୍ ପରୀକ୍ଷା ଲାଗି ୯.୩୦ ରେ ଓଏମ୍‌ଆର ଉତ୍ତର ସିଟ୍ ପ୍ରଦାନ କରାଯାଇଥିଲା। ଏବଂ ୧୧ ଟାରେ ଶେଷ ହୋଇଥିଲା। ପରେ ବିଷୟ ଭିତ୍ତିକ ପ୍ରଶ୍ନର ଉତ୍ତର ୧୧ ଟାରୁ ଆରମ୍ଭ ହୋଇଥିଲା। ୧୨ ଟାରୁ ଉତ୍ତର ଖାତା ନିରୀକ୍ଷକମାନେ ପରୀକ୍ଷାର୍ଥୀମାନଙ୍କ ଠାରୁ ସଂଗ୍ରହ କରିଥିଲେ। ଭଦ୍ରକ ଜିଲାରେ ଚଳିତବର୍ଷ ୩୧୮ ସ୍କୁଲର ୨୧୧୩୭ ପିଲା ପରୀକ୍ଷା ଦେଇଛନ୍ତି। ଏଥିପାଇଁ ୧୧୫ ଟି ପରୀକ୍ଷା କେନ୍ଦ୍ର ନିରୂପଣ କରାଯାଇଛି। ଏହାମଧ୍ୟରୁ ବାସୁଦେବପୁର ବ୍ଲକ୍‌ରେ ୨୧ଟି ପରୀକ୍ଷା କେନ୍ଦ୍ରରେ ୩୭୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଭଦ୍ରକ ବ୍ଲକ୍‌ର ୧୯ଟି କେନ୍ଦ୍ରରେ ୪୦୪୮, ଭଣ୍ଡାରିପୋଖରୀରେ ୯ଟି କେନ୍ଦ୍ରରେ ୧୪୫୪, ବନ୍ତରେ ୧୩ଟି କେନ୍ଦ୍ରରେ ୨୧୭୫, ଚାନ୍ଦବାଲିରେ ୨୧ଟି ପରୀକ୍ଷା କେନ୍ଦ୍ରରେ ୩୮୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଧାମନଗରରେ ୧୭ଟି କେନ୍ଦ୍ରରେ ୨୮୪୩ ଓ ତିହିଡି ବ୍ଲକ୍‌ରେ ୧୪ଟି କେନ୍ଦ୍ରରେ ୨୮୬୬ ଛାତ୍ରଛାତ୍ରୀ ସମେଟିଭ୍‌-୧ ପରୀକ୍ଷା ଦେଇଛନ୍ତି। ଏହାବ୍ୟତୀତ ଚଳିତବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ ଗୁଡିକର ପରୀକ୍ଷା କେନ୍ଦ୍ର ଜଗନ୍ନାଥ ସରକାରୀ ବିଦ୍ୟାଳୟ ଚିଙ୍ଗିଡିପୁରରେ ପରୀକ୍ଷାକେନ୍ଦ୍ର ଅନୁଷ୍ଠିତ ହୋଇଛି। ପରୀକ୍ଷା ପରିଚାଳନା ପାଇଁ ଜିଲାରେ ୧୧ଟି ନୋଡାଲ ସେଣ୍ଟର, ୨୩ଟି ଡେସ୍‌ପାଚ୍ ଟିମ୍ କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ଜିଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ୩ଟି ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ଗୋଟିଏ ବୋର୍ଡର ସ୍କ୍ୱାର୍ଡ ଟିମ୍ ଆଜି ପରୀକ୍ଷା କେନ୍ଦ୍ର ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.