Home ଜିଲ୍ଲା ପରିକ୍ରମା ଭଦ୍ରକ ମୁସଲିମ ଜମାତ ତରଫରୁ ୪୦ ଜଣ ହଜ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ମୁସଲିମ ଜମାତ ତରଫରୁ ୪୦ ଜଣ ହଜ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

25

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସଲିମ ଜମାତ ଆନୁକୂଲ୍ୟରୁ ମଦିନା ମଇଦାନଠାରେ ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀଙ୍କ ସଭାପତିତ୍ୱରେ ଓ ବିଶିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହରଙ୍କ ସଂଚାଳନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜାମା ମସଜିଦର ଏମାମ ହାଫିଜ ଓ କାରୀ ମହମ୍ମଦ ସାଦିକ ହୋସେନ, ବାଙ୍କା ମହଲ୍ଲା ମସଜିଦର ଏମାମ ହାଫିଜ ଓ କାରୀ ଅସଲମ ରଜା ଓ ମିର୍ଜାପୁର ମସଜିଦର ଏମାମ ଆରିଫ ଜନ୍ନତି ଯୋଗଦାନ କରି ପ୍ରଫେଟ ମହମ୍ମଦଙ୍କ ନିତିବାଣୀ ଉପରେ ଆଲୋକପାତ କରାଯାଇ ହଜ ଯାତ୍ରୀମାନଙ୍କୁ ଅନୁରୋଧ କରାହେଲା ଯେ ହଜ କରିବା ସମୟରେ ଭଦ୍ରକର ଭାଇଚାରା ଓ ଶାନ୍ତିଶୃଙ୍ଖଳା ବଜାୟ ରହୁ ବୋଲି ଜଣାଇଥିଲେ। କରୋନା କଟକଣା ପାଇଁ ହଜଯାତ୍ରୀମାନଙ୍କ ପାଇଁ ୨ ବର୍ଷ ବନ୍ଦ ରହିଥିଲା। ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ପୁରୁଷ ୨୫ ଓ ମହିଳା ୧୫ ସର୍ବମୋଟ ୪୦ ଜଣ ହଜଯାତ୍ରୀଙ୍କୁ ମଦିନା ମଇଦାନଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚଳିତ ମାସ ୨୭ ଓ ୨୮ ତାରିଖରୁ ହଜ କରିବାକୁ ଭଦ୍ରକରୁ ବିଦାୟ ନେଇ ୪୫ ଦିନ ମଧ୍ୟରେ ସାଉଦି ଆରବରୁ ଫେରସ୍ତ ହେବେ। ଏହି ୪୦ ଜଣ ହଜ ଯାତ୍ରୀଙ୍କ ମଧ୍ୟରୁ ମୁସଲିମ ଜମାତ କମିଟିର ୪ ଜଣ ସଭ୍ୟ ଅବଦୁଲ ମୁକିତ୍ ଖାଁ, କୟୁମ ଅଲି ଶାହା, ସଇଦ ସାହା ଓ ତବାରକ ଅଲି ପ୍ରମୁଖ ଅଛନ୍ତି। ଏହି ସଭାରେ କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲ୍ଲା, ସଂପାଦକ ଶେଖ ଏନାମ ମହମ୍ମଦ, ସହ-ସଂପାଦକ ଶେଖ ସିରାଜୁଦ୍ଦିନ, ମିଡିଆ ସେଲ ସଂଯୋଜକ ଶେଖ ଅନୱର, ହାଜୀ ଅନୱର ହୋସେନ, ମିର୍ଜା ଏକ୍ରାମ ବେଗ, ହାଜି କାସିମ ଖାଁ, ରେଜାଏ ରସୁଲ, ସବ୍‌ବିର ଅଲି, ଜମିଲ ଅଖତର ଖାନ, ମତଲୁବ ଅଲି, ଶେର ଅଲି ଖାଁ, ଅସରଫ ଅଲୀ, ଇଂ ମନୱର ହୋସେନ ପ୍ରମୁଖ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.