Home ଜିଲ୍ଲା ପରିକ୍ରମା ଭଦ୍ରକ ମୁସଲିମ ଜମାତରେ ମିର୍ଜା ଫୈଜଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ମୁସଲିମ ଜମାତରେ ମିର୍ଜା ଫୈଜଙ୍କୁ ସମ୍ବର୍ଦ୍ଧନା

13

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସଲିମ ଜମାତ ଆନୁକୂଲ୍ୟରୁ ପୁରୁଣାବଜାର ସ୍ଥିତ ମଦିନା ମଇଦାନଠାରେ ଏକ ସମ୍ବର୍ଦ୍ଧନା ସଭା ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ହାଜି ଇନାମ ମହମ୍ମଦଙ୍କ ସହଯୋଗରେ ଏବଂ ବିଶିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହରଙ୍କ ସଂଚାଳନରୁ ଆରମ୍ଭ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ଓ ଜିଲ୍ଲା ଏସ.ପି ମନୋଜ କୁମାର ରାଉତ ଯୋଗଦାନ ଦେଇ ମୁସଲିମ ଜାମତର ସଂପାଦକ ହାଜୀ ଅବଦୁଲ ମୁକିତ ଖାନ, ଜମିଲ ଅଖତର ଖାନ, ଇଂ. ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାନ, ଅସରଫ ଅଲ୍ଲି ଖାନ, ମିର୍ଜା ଏକ୍ରାମ ବେଗ, ଶେଖ ଅବୁକଲାମଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ତ୍ୟାଗ ଭୂମି ମହୋତ୍ସବର ସଭାପତି ଅଜୟ ନାୟକ, ପ୍ରଧ୍ୟାପକ ନାସିର ବକ୍ସ, ସମାଜସେବୀ ସୁଧାକର ରାଉତ, ଅବସର ପ୍ରାପ୍ତ ବିଚାରପତି ନୌସାଦ ଅଲି ଖାନ, ବାଳାଶ୍ରମ ସଂପାଦକ ଅଶୋକ ଦାସଙ୍କ ପ୍ରମୁଖ ଯୋଗଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଓଡ଼ିଶା ପ୍ରଶାସନିକ ସେବା (ଓ.ଏସ.ଏସ.-୨୦୨୩) ପରିକ୍ଷାରେ ଓଡ଼ିଶା ଟପ୍ ଟେନ୍ ମଧ୍ୟରୁ ଚତୁର୍ଥ ସ୍ଥାନରେ ସଫଳତା ଅର୍ଜନ କରିଥିବା ମିର୍ଜା ଫୈଜ ଅହମଦ କାଦ୍ରୀଙ୍କୁ ମୁଖ୍ୟ ଅତିଥି ଦ୍ୱାରା ଫୁଲତୋଡ଼ା, ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ତାଙ୍କ ପିତା / ମାତାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ତାଙ୍କ ବକ୍ତବ୍ୟରେ ବହୁ ପ୍ରଶଂସା କରିଥିଲେ ଏବଂ ବହୁ ଚେଷ୍ଟା କରି ଆଜି ଯେଉଁ ସଫଳତା ମିଳିଛି ଆଗକୁ ଆଇ.ଏ.ଏସ ପରୀକ୍ଷାରେ ମଧ୍ୟ ସଫଳତା ମିଳିପାରିବ ଏବଂ ଯେଉଁ ଯାଗାରେ ଚାକିରୀ ମିଳେ ଶେଷ ପର୍ଯ୍ୟାୟ ପ୍ରଥମ ମଣିଷ ପଣିଆ ରୂପେ କାର୍ଯ୍ୟ କରିବି । ପୃଥିବୀକୁ ଚନ୍ଦ୍ର / ସୂର୍ଯ୍ୟ ଆଣିପାରିବା ନାହିଁ ସତ କିନ୍ତୁ ସାଧାରଣ ଲୋକକୁ ବିଚାର କରିପାରିବି ଏବଂ ଯେଉଁ ବିଭାଗ ମିଳିବ ତାକୁ ଆଗ୍ରହର ସହ ତୁଲାଇବି ବୋଲି ମେଧାବୀ ଫୈଜ ତାଙ୍କ ବକ୍ତବ୍ୟରେ କହିଛନ୍ତି । ପୁରୁଣାବଜାରସ୍ଥିତ ଶଙ୍କରପୁର (ମିର୍ଜାପଟ୍ଟି) ନିବାସୀ ଘରୋଇ ଆମିନ ଜାୱେଦ ଇକବାଲ(ବବି) ଓ ସିତାରା ଖାତୁନଙ୍କ ବଡ଼ ପୁଅ ମିର୍ଜା ଫୈଜ ଅହେମଦ କାଦ୍ରୀ, ତାଙ୍କୁ ଏବେ ୨୬ ବର୍ଷ । ମିର୍ଜା ଫୈଜ ସନସାଇନ୍ ସ୍କୁଲ, କାର୍ମେଲ ସ୍କୁଲ, ନବୋଦୟ ସ୍କୁଲରେ ପାଠ ପଢ଼ି ନୂଆଦିଲ୍ଲି ସ୍ଥିତ ଜାମିଆ ଇସଲାମିଆ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରୁଛନ୍ତି । ଦିନକୁ ୭ ରୁ ୮ ଘଂଟା ପାଠ ପଢ଼ି ପିତା, ମାତା, ଗୁରୁଙ୍କ୍‌ୁ ଆଶିଷ ଓ ଭଗବାନର ଆଶିର୍ବାଦରୁ ଏଇଠି ପହଂôଚଛି, ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ । ଏହି ସଭାରେ ମୁସଲିମ ଜମାତର ବରିଷ୍ଠ କର୍ମକର୍ତା ଏସ.ଏମ.ଫାରୁକ, ହାଜୀ କାଶିମ ଖାଁ, ହାଜି ହିଫଜୁର ରହେମାନ, ହାଜି କୟୁମ ଅଲି, ହାଜି ସଇଦ ସାହା, ସମ୍ବାଦ ଦାତା ଓ ମିଡିଆ ସେଲର ସଂଯୋଜକ ଶେଖ ଅନୱର (ବାବୁ) ଓ ସମସ୍ତ ବସ୍ତିର ସରଦାର ଏବଂ ସ୍କୁଲ / କଲେଜର ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.