Home ଜିଲ୍ଲା ପରିକ୍ରମା ଭଦ୍ରକ ମିଳିତ ଅମଲା ମଂଚର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ ମିଳିତ ଅମଲା ମଂଚର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

18

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ମିଳିତ ଅମଲା ମଞ୍ଚର ଆହ୍ୱାନ କ୍ରମେ ଭଦ୍ରକ ଅମଲା ମଂଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଭଦ୍ରକ ମିଳିତ ଅମଲା ମଂଚର ଚେୟାରମେନ୍ ଉଦୟ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଅମଲା ମଂଚର ଏକ ବିରାଟ ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ପରେ ମଂଚର ଏକ ପ୍ରତିନିଧି ଦଳ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲାର ବିଭିନ୍ନ ବିଭାଗର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଅମଲାମାନେ ଏହି ଶୋଭଯାତ୍ରାରେ ସାମିଲ ଥିଲେ । ବିଶେଷକରି ରାଜସ୍ୱ, ପଞ୍ଚାୟତରାଜ, ନିବନ୍ଧନ, ଟ୍ରେଜେରୀ, କୃଷି, ବାଣିଜ୍ୟକର, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗର ଅମଲାମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଅମଲାମାନଙ୍କର ବେତନ ହାର ଲେବୁଲ ୯ (ଲେବୁଲ-୯) ବା ୯୩୦୦ + ୪୨୦୦ ଗ୍ରେଡ୍ ପେ ପ୍ରଦାନ କରାନଯାଏ ତେବେ ଆସନ୍ତାଦିନରେ ସମସ୍ତ ସରକାରୀ ଦପ୍ତର ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି । ବେତନର ତାରତମ୍ୟକୁ ବିଚାର କରି ଅସାମନତା ଦୂର କରିବା ପାଇଁ ଏହି ଦାବିପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ମଂଚ ପକ୍ଷରୁ ନିବେଦନ କରାଯାଇଛି । ଏହି ପ୍ରତିନିଧି ଦଳରେ ଚେୟାରମେନ୍ ଉଦୟ ନାରାୟଣ ପଣ୍ଡା, ହେମନ୍ତ କୁମାର ପ୍ରଧାନ, ବିଭୁଦତ୍ତ ବାରିକ, ତପନ କୁମାର ସ୍ୱାଇଁ, ସରୋଜ କୁମାର ମଲ୍ଲିକ, ରବିନ୍ଦ୍ର କୁମାର ଦତ୍ତ, ଜେମାମଣୀ ନାୟକ, ଲଲାଟେନ୍ଦୁ ବେହେରା, ପଙ୍କଜ କୁମାର ବାଇ, ଅଜୟ ନାୟକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.