ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାରୱାଡ଼ି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଭଦ୍ରକ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି। ଏହି ଶିବିରକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରି ଏଭଳି ମହାନ୍ କାର୍ଯ୍ୟ ପାଇଁ ମାରୱାଡି ଯୁବମୋର୍ଚ୍ଚାର କର୍ମକର୍ତାଙ୍କୁ ସାଧୁବାଦ ଦେବା ସହ ମାନବ ଜାତି ପାଇଁ ଏଭଳି ମହତ୍ କାର୍ଯ୍ୟ ଆଗାମୀ ଯୁବପିଢିକୁ ଉତ୍ସାହିତ କରିବ ବୋଲି କହିଥିଲେ। ଏହି ଶିବିରରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକୀ ହବିବଙ୍କ ସମେତ ମୋର୍ଚ୍ଚାର କର୍ମକର୍ତାମାନେ ଉପସ୍ଥିତ ଥିଲେ।








