Home ଜିଲ୍ଲା ପରିକ୍ରମା ଭଦ୍ରକ ମାଧ୍ୟମିକ ଶିକ୍ଷକ ସଂଘର ବାର୍ଷିକ ବନ୍ଧୁମିଳନ ଓ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ ମାଧ୍ୟମିକ ଶିକ୍ଷକ ସଂଘର ବାର୍ଷିକ ବନ୍ଧୁମିଳନ ଓ ସ୍ୱାଗତ ସମ୍ବର୍ଦ୍ଧନା

47

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହର ଉପକଣ୍ଠସ୍ଥ ନଳାଙ୍ଗ ଠାରେ ଭଦ୍ରକ ମାଧ୍ୟମିକ ଶିକ୍ଷକ ସଂଘ ର ବାର୍ଷିକ ବନ୍ଧୁମିଳନ ଓ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ମହା ଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି । ସଂଘ ର ସଭାପତି ନବକିଶୋର ମଲ୍ଲିକ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତି ତଥା ସମ୍ମାନୀୟ ଅତିଥି ଭାବେ ରାଜ୍ୟ ସ୍ତରୀୟ ଶିକ୍ଷକ ନେତୃତ୍ୱ ରାଜେନ୍ଦ୍ର ମଲ୍ଲିକ, ଶୁଭ୍ରଜିତ୍ ପ୍ରତିହାରୀ, ରଶ୍ମିରଞ୍ଜନ ଜେନା,ପ୍ରଶାନ୍ତ କୁମାର ରାଉତରାଏ ଓ ମନୋଜ ଜେନା ପ୍ରମୁଖ ଯୋଗ ଦେଇ ସଂଘ ର ଏତାଦୃଶ କାର୍ଯକ୍ରମ କୁ ଭୂୟଶୀ ପ୍ରଶଂସା କରିବା ସହ ଏକତ୍ରିତ ହୋଇ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ନିଜର ମତ ପ୍ରକାଶ କରିଥିଲେ । ସଂଘ ର ସମ୍ପାଦକ ଚନ୍ଦନ କୁମାର ରାଉତ ଜିଲ୍ଲା ତଥା ରାଜ୍ୟ ସ୍ତର ରେ ସଂଘ କୁ ସୁଦୃଢ କରିବା ପାଇଁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।ସଂଘ ର କାର୍ଯ୍ୟକାରୀ ସଭାପତି ମଧୁସୂଦନ ମଲ୍ଲିକ ମଂଚ ପରିଚାଳନା କରିଥିଲେ । ରାଜ୍ୟ ସଂଯୋଜକ ଦେବାଶିଷ ଜେନା ଅତିଥି ପରିଚୟ ଓ କୋଷାଧ୍ୟକ୍ଷ ରାଜକିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରରେ ୪୦୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସଂଘ ର ଉପଦେଷ୍ଟା ମାନସ କୁମାର ମିଶ୍ର ଓ ସୌମ୍ୟରଂଜନ ମଲିକ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସଂଘ ର ସକ୍ରିୟ କର୍ମକର୍ତା ଅଭିଷେକ ଶତପଥୀ, ପିଙ୍କି ପ୍ରିୟଦର୍ଶିନୀ ପଣ୍ଡା,ପ୍ରଭାତ କୁମାର ଜେନା ,ଅଜୟ ବାରିକ, ତାରିଣୀ ପ୍ରସାଦ ଦାଶ, ଅତୁଲ୍ୟ ପ୍ରଧାନ, ଶଶିକାନ୍ତ ବେହେରା, ସୁଶାନ୍ତ କୁମାର ସେଠୀ, ଦିବ୍ୟଜ୍ୟୋତି ବାରିକ , ପ୍ରଶାନ୍ତ କୁମାର କୁଣ୍ଡ, ସୁବ୍ରତ ସୁଆର,ସୁବ୍ରତ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ସୁଶାନ୍ତ କୁମାର ସାହୁ,ଅରୁଣ କୁମାର ପାଣିଗ୍ରାହୀ, ବିଶ୍ୱରଞ୍ଜନ ପାଣିଗ୍ରାହୀ,ଚନ୍ଦନ କୁମାର ସାମଲ , ତାପସ କୁମାର ମାର୍ଣ୍ଡି,ରିଶିକାନ୍ତ ଦାସ , ସସ୍ମିତା ଚୌଧୁରୀ, ପ୍ରଜ୍ଞା ପରମିତା ପତି, ଚିତରଞ୍ଜନ ମହାନ୍ତି, ମାନସୀ ସାହୁ, ପୃଥୀରାଜ୍ ବେହେରା,ସୁମିତ୍ରା ଦାସ, ମାନୀ ଜେନା, ସନତ ବାରିକ,ମୁରାରୀ ମୋହନ ମଲ୍ଲିକ ଓ ଲିଲିରାଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.