Home ଜିଲ୍ଲା ପରିକ୍ରମା ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା: ରାଷ୍ଟ୍ର ଗଠନରେ ନାରୀ ହିଁ ପ୍ରମୁଖ ଭୂମିକା ଗ୍ରହଣ କରେ

ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା: ରାଷ୍ଟ୍ର ଗଠନରେ ନାରୀ ହିଁ ପ୍ରମୁଖ ଭୂମିକା ଗ୍ରହଣ କରେ

39

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ଆଦର୍ଶ ଓ ଉତ୍ତମ ପରିବାର ଗଠନ ଦିଗରେ ଯେପରି ନାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଠିକ୍ ସେପରି ରାଷ୍ଟ୍ର ଗଠନରେ ନାରୀର ପ୍ରମୁଖ ସହଯୋଗ ରହିଛି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଦ୍ୱିତୀୟ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସାମାଜିକ କର୍ମୀ, ସ୍ୱାଧୀନତା ସଂଗ୍ରାମୀ ତଥା କବୟତ୍ରୀ ଅନ୍ନପୂର୍ଣ୍ଣା ଦାସଙ୍କ ସ୍ମୃତିରେ ସମର୍ପିତ ଏହି ଦ୍ୱିତୀୟ ସଂଧ୍ୟାରେ ସମାଜ ସେବିକା ତଥା ବରିଷ୍ଠ ସାହିତ୍ୟିକା ଶାନ୍ତିଲତା ନାଗ ପୌରୋହିତ୍ୟ କରିଥିବା ବେଳେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁନାମଧନ୍ୟ ଚିକିତ୍ସାବିତ୍ ତଥା ଆଧ୍ୟାତ୍ମିକ ମଣିଷ ଡାକ୍ତର ସତ୍ୟଭାମା ଦାସ, କବୟତ୍ରୀ ଗୀତାରାଣୀ ଆଇଚ, ସମାଜ ସେବିକା ଅଧିବକ୍ତା ଅମିତାବାଳା ଆଚାର୍ଯ୍ୟ, ତେଜସ୍ୱିନୀ ମହିଳା ସଂଗଠନ ସମ୍ପାଦିକା ଶୁଶ୍ରୀ ଅଞ୍ଜନା ମିଶ୍ର ବରେଣ୍ୟ ଅତିଥି ଏବଂ ଡ. ରାଧାରାଣୀ ମହାପାତ୍ର ମୁଖ୍ୟବକ୍ତା ଓ ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା ବରେଣ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। ଉକ୍ତ ସମାରୋହରେ ରାଷ୍ଟ୍ର ଗଠନରେ ନାରୀ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ଅତିଥିମାନେ ସେମାନଙ୍କ ମୁଲ୍ୟବାନ ବକ୍ତବ୍ୟ ରଖି ଶ୍ରୋତାମାନଙ୍କୁ ଅଭିଭୂତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ ସ୍ୱାଗତ ଭାଷଣ, ଶିକ୍ଷୟତ୍ରୀ ତଥା କବି ମନୋରମା ରାୟ ଅତିଥି ପରିଚୟ ପ୍ରଦାନ ଓ କବୟତ୍ରୀ ଚୈତାଳୀ ଖିଲାର ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆଲୋଚନାଚକ୍ର ତଥା ନୃତ୍ୟ ସଂଗୀତ ସମାରୋହକୁ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ଓ ରଶ୍ମିତା ସେଠୀ ପରିଚାଳନା କରିଥିଲେ। ଏହି ସମାରୋହରେ ଇଂ ଅଭୟ ସୂତାର, ଆବାହକ ନିହାର ରଂଜନ କର, ସମ୍ପାଦକ ରବିନାରାୟଣ ଖିଲାର, କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ସଂଗଠନ ସମ୍ପାଦକ ନାଟ୍ୟଶ୍ରୀ ନିର୍ମଳ ରାଉତ, କବୟତ୍ରୀ ସୁମିତ୍ରା ପାଣି, ସୁପ୍ରଭା ପାଣି, କବି ବାବୁଲାଲ ଦାସ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.