Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସରେ ସମ୍ବର୍ଦ୍ଧନା

ଭଦ୍ରକ ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସରେ ସମ୍ବର୍ଦ୍ଧନା

4

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱରେ ୩ କୋଟିରରୁ ଉର୍ଦ୍ଧ୍ୱ ପ୍ରବାସୀ ଭାରତୀୟ ବିଶ୍ୱ ଅର୍ଥନୀତି ପ୍ରଗତିରେ ଅଂଶୀଦାର ହେବା ସଙ୍ଗେସଙ୍ଗେ ଭାରତର ଅର୍ଥନୀତିକୁ ପ୍ରତ୍ୟକ୍ଷ ଏବଂ ପରୋପକାର ପ୍ରଭାବିତ କରିଥାଆନ୍ତି। ଏହି ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରିବାକୁ ଭାରତ ସରକାରଙ୍କ ଆଗ୍ରହରେ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ସର୍ବତ୍ର ସମ୍ବର୍ଦ୍ଧନା ଉତ୍ସବ କରାଯାଉଥିବା ବେଳେ ଭଦ୍ରକ ମହିଳା ମହାବିଦ୍ୟାଳୟରେ କଲେଜ ଅଧ୍ୟକ୍ଷ ନିଳଗିରି ରବିସାହୁଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପିକା ଡ. ଆଭାମୟୀ ମହାପାତ୍ରଙ୍କ ସଂଚାଳନରେ ଏହି ଉତ୍ସବ ଗତକାଲି ପାଳିତ ହୋଇଥିଲା। ନେଦରଲାଣ୍ଡର ଆମଷ୍ଟାରଡାମ୍‌ରେ ‘ଟ୍ରାଭିକ୍‌ସ ଇଂଟରନ୍ୟାସନାଲ’ ବହୁ ରାଷ୍ଟ୍ରୀୟ କମ୍ପାନୀରେ ସିନିୟର ସଫ୍ଟଓୟାର ଇଂଜିନିୟର ଭାବେ କାର୍ଯ୍ୟରତ ସ୍ୱୟଂସିଦ୍ଧ ମହାନ୍ତି ଏବଂ ଆମଷ୍ଟାରଡାମ୍‌ର ଅନ୍ୟ ଏକ କମ୍ପାନୀର ସଫ୍ଟୱୟାର ଡେଭଲପର ରୁହି ଚନ୍ଦ୍ରାଙ୍କୁ ଶତାଧିକ ଛାତ୍ରୀ ଏବଂ ଅଧ୍ୟାପିକା ଅଧ୍ୟାପକଙ୍କର ଉପସ୍ଥିତିରେ ସମ୍ବର୍ଦ୍ଧନା କରାଯାଇଛି। ଇଂ ମହାନ୍ତି ବିଦେଶରେ ଭାରତୀୟଙ୍କର କର୍ମ ନିପୁଣତା, ଅଧ୍ୟବସାୟ, ବିଦେଶରେ ଗୌରବ ଅର୍ଜନ କରିଥିବାରୁ ଏହା ଗର୍ବର ବିଷୟ ବୋଲି ଆଲୋଚନା କରିଥିଲେ। ଏଥି ସହ ବିକଶିତ ରାଷ୍ଟ୍ର ମାନଙ୍କରେ ଜନସାଧାରଣଙ୍କର ପରିବେଶ ସଚେତନତା, କାର୍ଯ୍ୟ ଶୃଙ୍ଖଳତା, ଜୀବନଚର୍ଯ୍ୟା, ସମୟାନୁବର୍ତିତା ଇତ୍ୟାଦି ବିକାଶର ଚାବିକାଠି ବୋଲି ବ୍ୟକ୍ତିଗତ ଅନୁଭବ ପ୍ରକାଶ କରିଥିଲେ। ଶ୍ରୀମତୀ ଚନ୍ଦ୍ରା ଛାତ୍ରୀମାନଙ୍କୁ ପରିଶ୍ରମୀ, ଶୃଙ୍ଖଳିତ ଅଧ୍ୟବସାୟ ମାଧ୍ୟମରେ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କୁଇଜ୍‌, ରଚନା ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଦିବ୍ୟଜ୍ୟୋତି ପ୍ରିୟଦର୍ଶିନୀ ୧ମ ଏବଂ ସ୍ୱପ୍ନା ମାଝୀ ୨ୟଙ୍କୁ ପ୍ରବାସୀ ଭାରତୀୟ ଦ୍ୱୟ ପୁରସ୍କୃତ କରିଥିଲେ। ଅଧ୍ୟାପିକା ଅନିତା ପୃଷ୍ଟି, ଆରତୀ ଜେନା, ଅଧ୍ୟାପକ ମନୋଜ ସାହୁ ମଂଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.