Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟରେ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ

ଭଦ୍ରକ ମହିଳା ମହାବିଦ୍ୟାଳୟରେ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ

0

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟରେ ଚାଲିଥିବା ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଆ ବିଭାଗ ମୁଖ୍ୟ ଡା. ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନା ଉତ୍ସବରେ ଡେପ୍ୟୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ପ୍ରତିଭାର ପ୍ରଶଂସା କରିଥିଲେ । ସେ ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଲୁକ୍କାୟିତ ପ୍ରତିଭା ଭବିଷ୍ୟତରେ ମଣିଷର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ସାଂସ୍କୃତିକ ମୁଖ୍ୟ ଅଧ୍ୟାପିକା ଡା. ଅଭାମୟୀ ମହାପାତ୍ରଙ୍କ ତତ୍ୱାବଧାନ ଓ ଅଧ୍ୟାପକ–ଅଧ୍ୟାପିକାମାନଙ୍କ ସହଯୋଗରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ସଙ୍ଗୀତ, ଫ୍ୟାନ୍ସି ଡ୍ରେସ୍‌, ଫ୍ୟାଶନ୍ ଶୋ ଓ ମ୍ୟୁଜିକ୍ ଚେୟାର ପରି ଆକର୍ଷଣୀୟ ପ୍ରତିଯୋଗୀତାଗୁଡ଼ିକବେଶ୍ ମନଲୋଭା ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ କୁମାର ମାଝୀ ମୁଖ୍ୟ ଅତିଥି ଓ ଡା. ଦ୍ରାକ୍ଷା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଇବର ସଚେତନତା ଉପରେ ମନ୍ତବ୍ୟ ରଖିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ଗୀତାଞ୍ଜଳି ସାହୁ, ସୁହାସିନୀ ସେଠୀ, ଅନିଲ କୁମାର ବେହେରା, ସ୍ନିଗ୍ଧାରାଣୀ ଖୁଂଟିଆ, ଅର୍ପିତା ନାୟକ ଓ ସଂଘମିତ୍ରା ଦାସ ପ୍ରମୁଖ ପରିଚାଳନା କରିଥିଲେ । ଅଧ୍ୟାପକ ଡା. ମନୋଜ କୁମାର ସାହୁ ଧନ୍ୟବାଦ ପ୍ରସ୍ତାବ ସହ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.