Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଘୁଞ୍ôଚଲା, ଅଧ୍ୟକ୍ଷଙ୍କ ଅନୁରୋଧକୁ ରାଷ୍ଟ୍ରପତି ଗ୍ରହଣ କଲେ

ଭଦ୍ରକ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଘୁଞ୍ôଚଲା, ଅଧ୍ୟକ୍ଷଙ୍କ ଅନୁରୋଧକୁ ରାଷ୍ଟ୍ରପତି ଗ୍ରହଣ କଲେ

22

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଘୁଞ୍ଚାଇଦେବା ପାଇଁ କଲେଜର ଆଲୁମିନି ଓ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇଥିବା ନିବେଦନକୁ ରାଷ୍ଟ୍ରପତି ଭବନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ସଂପଦ ମେହେଟା ଏ ସଂପର୍କରେ ଗତ ୧୭.୭.୨୩ ରିଖ ଚିଠି ନଂ ୧୦/ପିଇଆରସିଇଏଲ୍‌ଏଲ୍ ୨୦୨୩ ମୂଳେ ଏକ ଲିଖିତ ପତ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବୋଧ ଚନ୍ଦ୍ର ମିଶ୍ରଙ୍କୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଆସନ୍ତା ୨୭ ତାରିଖରେ ଭଦ୍ରକ ମହାବିଦ୍ୟାଳୟର ପାଳିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବା ପାଇଁ ଗତ ତା ୧୦.୦୭.୨୩ ରିଖରେ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ମହାମହିମ ରାଷ୍ଟ୍ରପତି ଆସନ୍ତା ୨୭ ତାରିଖରେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦିବା ୧୦.୩୦ ମିନିଟ୍‌ରୁ ୧୧.୩୦ ମିନିଟ୍ ମଧ୍ୟରେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ତେବେ ଭଦ୍ରକ ସହରର ବର୍ଷା ବିତ୍ପାତ ଯୋଗୁଁ ମହାବିଦ୍ୟାଳୟ ପରିସର ଓ ନେହେରୁ ଷ୍ଟାଡିୟମ୍ ଓ ହୀରକ ଜୟନ୍ତୀ ଉତ୍ସବ ପାଳନ ହେବାକୁ ଥିବା କଲେଜ ପଡିଆ ଜଳାର୍ଣ୍ଣବ ହୋଇଯାଇଥିଲା । ଫଳରେ ପ୍ରତିକୂଳ ପାଗ ପାଣିପାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ଭଦ୍ରକ ମହାବିଦ୍ୟାଳୟର ଆଲୁମିନି ଓ କର୍ତ୍ତୃପକ୍ଷ ଏକ ଜରୁରୀ ବୈଠକ ଡକାଇଥିଲେ । ଅନୁଷ୍ଠିତ ଏହି ଜରୁରୀ ବୈଠକରେ ହୀରକ ଜୟନ୍ତୀ ଉତ୍ସବକୁ ଘୁଞ୍ଚାଇଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତାବଟିକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ତା ୧୬.୦୭.୨୩ ରିଖ ଚିଠି ନଂ ୨୦୧୮ ରେ ହୀରକ ଜୟନ୍ତୀ ଉତ୍ସବକୁ ଘୁଞ୍ଚାଇ ଦେବା ପାଇଁ ରାଷ୍ଟ୍ରପତି ଭବନକୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଗ୍ରହଣ କରାଯାଇଛି । ଏବଂ ଆସନ୍ତା ୨୭ ତାରିଖର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.