Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ୨ୟ ଦିବସ

ଭଦ୍ରକ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ୨ୟ ଦିବସ

76

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ “ନୂଆ-ଓ” ଦ୍ୱିତୀୟ ଦିବସରେ ବିଭିନ୍ନ ପ୍ରକାରର ସାହିତ୍ୟ ପ୍ରତିଯୋଗିତା, ତର୍କ, କବିତା ପାଠ ସହ ଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ଚଳଚ୍ଚିତ୍ରକୁ ଛାତ୍ରଛାତ୍ରୀମାନଙ୍କୁ ଦେଖାଇ ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତିକୁ ଉପଲବ୍ôଧ କରିବାର ପ୍ରୟାସ କରାଯାଇଥିଲା । ବିଚାରକ ଭାବେ ପ୍ରଫେସର ରମେଶ ଚନ୍ଦ୍ର ଦାସ, ପ୍ରଫେସର ପ୍ରଭାତ ନଳିନୀ ମହାପାତ୍ର, ପ୍ରଫେସର ଡ. ବନଜ ବାସିନୀ ବାରିକ ପ୍ରମୁଖ ବିଚାରକ ଭାବେ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପସ୍ଥିତ ଥିଲେ । ସେହିପରି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରଫେସର ରମେଶ ଚନ୍ଦ୍ର ଦାସ, ବନଜ ବାସିନୀ ବାରିକ, ଡ. ସଂଜୟ କୁମାର ଦତ୍ତ, ବିଚାରକ ଭାବେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ଡଃ ଲକ୍ଷ୍ମୀକାନ୍ତ ନାୟକ, ଡ. ଅଜିତ କୁମାର ଦାସ, ଡ. ସନ୍ତୋଷ କୁମାର ସେଠୀ, ଶୁଭକାନ୍ତ ସେଠୀ, ଜୟଶ୍ରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ସ୍ୱୟଂଶାସିକ ମହାବିଦ୍ୟାଳୟର ସଂଯୋଜିକା ଡଃ ମନୋରମା ନାୟକ ଏବଂ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂଯୋଜିକା ଡ. ସ୍ମୃତିରେଖା ମିଶ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.