Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଭଦ୍ରକ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

20

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିବା ଜଣେ ପିଜି ଶେଷବର୍ଷର ଛାତ୍ରୀ ଏକ ଘରୋଇ ମେସ୍‌ରେ ଆତ୍ମହତ୍ୟା କରିଛି । ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ନେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସହରାଞ୍ଚଳ ଥାନା ଅଧୀନସ୍ଥ ଜାନୁଗଞ୍ଜର ଏକ ଘରୋଇ ମେସ୍‌ରେ ରହି ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ସରସଦା ପଞ୍ଚାୟତ କୁରିକଣା ଗ୍ରାମର ଦେବେନ୍ଦ୍ର ବେହେରାଙ୍କ କନ୍ୟା ସସ୍ମିତା କଲେଜରେ ଅଧ୍ୟୟନ କରୁଥିଲା । ପ୍ରତ୍ୟେକଦିନ ଭଳି ସେ ରାତିରେ ଖାଇ ନିଜର ଜଣେ ସହପାଠୀଙ୍କ ସହ କଥାବାର୍ତ୍ତା ପରେ ଶୋଇବାକୁ ନିଜ ରୁମ୍‌କୁ ଯାଇଥିଲେ । ଆଜି ପ୍ରାତଃରେ ସେ ନଉଠିବାରୁ ଅନ୍ୟ ଅନ୍ତେବାସୀମାନେ ତାଙ୍କୁ ଡାକି କୌଣସି ଉତ୍ତର ନମିଳିବାରୁ ମେସ୍ ମାଲିକଙ୍କୁ ଜଣାଇଥିଲେ । ମାଲିକ ସସ୍ମିତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ମୋବାଇଲ୍ ନଉଠାଇବାରୁ ସନ୍ଦେହ କରି ଥାନାକୁ ଜଣାଇଥିଲେ । ସହରାଞ୍ଚଳ ଥାନାଧିକାରୀ ବିରେନ କୁମାର ସେନାପତି ନିଜର ଦଳବଳ ସହ ସେଠାରେ ପହଞ୍ôଚଥିଲେ । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ଉପସ୍ଥିତିରେ ରୁମ୍‌ଟିର କବାଟ ଭଙ୍ଗାଯିବା ପରେ ସସ୍ମିତା ଓଢଣୀରେ ଫାଶୀ ଦେଇ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିଲେ ମଧ୍ୟ ପିତା ଦେବେନ୍ଦ୍ରଙ୍କ କହିବା ଅନୁସାରେ ତାଙ୍କ କନ୍ୟା ସବୁଦିନ ରାତିରେ ତାର ମା’ ସହ କଥାବାର୍ତ୍ତା କରିଥାଏ । ଗତକାଲି ମଧ୍ୟ ସେ ମା’ ସହ କଥା ହୋଇଥିଲେ ମଧ୍ୟ ମୃତ୍ୟୁ ସଂପର୍କରେ କୌଣସି ତଥ୍ୟ ମିଳିନାହିଁ । ଆଜି ଖବର ପାଇ ସେ ଆସି ଏଭଳି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.