Home ଜିଲ୍ଲା ପରିକ୍ରମା ଭଦ୍ରକ – ମହତାବ ଜୟନ୍ତୀରେ ବିଶାଳ ଗଣଗୌଡ ଓ ସାଧାରଣ ସଭା

ଭଦ୍ରକ – ମହତାବ ଜୟନ୍ତୀରେ ବିଶାଳ ଗଣଗୌଡ ଓ ସାଧାରଣ ସଭା

29

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଭଦ୍ରକ ଜିଲାରେ ସରକାରୀ ସ୍ତରୀୟ ଏକ ମହତାବ ଜୟନ୍ତୀ କମିଟି ଗଠନ କରାଯାଇଛି। ଏଥିରେ ଭଦ୍ରକ ଜିଲାପାଳ ସଭାପତି ଥିବାବେଳେ ପଣ୍ଡିତ ଦୈତ୍ୟାରି ମହାପାତ୍ର ସଂପାଦକ, ଅପୂର୍ବ ରଂଜନ ବେହେରା ଆବାହକ, ମନୋରଂଜନ ବାରିକ ସଂଯୋଜକ ଏବଂ ବିଭିନ୍ନ ମହଲରୁ ମହତାବଙ୍କ ପ୍ରତିଭାରେ କାର୍ଯ୍ୟ କରୁଥିବା ୧୧ ଜଣ ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟକାରୀ ସଭ୍ୟ ରୂପେ ମନୋନୟନ କରାଯାଇଛି। ନବଗଠିତ ମହତାବ ଜୟନ୍ତୀ କମିଟି ଆନୁକୂଲ୍ୟରେ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ନେତୃତ୍ୱରେ ଆଜି ପ୍ରାତଃ ସମୟରେ ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନଙ୍କୁ ନେଇ ମହତାବ ଛକ ଠାରୁ ମହତାବ କୋଠୀ ପର୍ଯ୍ୟନ୍ତ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇ କୋଠୀରେ ଡଃ ମହତାବଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ ଓ ଦ୍ୱୀପ ପ୍ରଜ୍ଜ୍ୱଳନ ପୂର୍ବକ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲାପାଳ ଶ୍ରୀ ରାଉତରାଏ ଉଦ୍‌ଘାଟକ ତଥା ମୁଖ୍ୟଅତିଥି ଭାବେ ଯୋଗଦେଇ ଡଃ ମହତାବଙ୍କ କୃତି ଓ କୃତିତ୍ୱ ଉପରେ ଆଲୋଚନା କରିବା ସହ ନବ ଉତ୍କଳ ନିର୍ମାଣରେ ମହତାବଙ୍କ ଭୂମିକା ସଂପର୍କରେ ସବିଶେଷ ଆଲୋଚନା କରିଥିଲେ। ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଆବାହକ ଅପୂର୍ବ ରଂଜନ ବେହେରା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଆଇନ୍‌ଜୀବୀ ଗଦାଧର ବଳ, ମନୋରଂଜନ ବାରିକ, ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଜନ୍ମେଜୟ ବାରିକ, ଉର୍ମିଳା ବେହେରା, ମନିସା ସାହୁ, ଆକାଶ ମହାପାତ୍ର ପ୍ରମୁଖ ଯୋଗଦେଇ ମହତାବଙ୍କ ୧୨୫ତମ ଜୟନ୍ତୀରେ ଓଡ଼ିଶା ତଥା ଭାରତ ଇତିହାସରେ ମହତାବଙ୍କ ସ୍ଥାନ ତଥା ନବ ଉତ୍କଳ ନିର୍ମାଣରେ ଡଃ ମହତାବଙ୍କ ଭୂମିକା ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଶେଷରେ ସଂସ୍କୃତି ଅଧିକାରୀ ତନୁଜା ସିର୍କା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.