ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାରସ୍ଥିତ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ସମାସମାରୋହରେ ପାଳିତ ହୋଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ୨୭୫ ରୁ ଉର୍ଦ୍ଧ୍ୱ ରାଧାକୃଷ୍ଣ ବେଶଧାରୀ ଶିଶୁ ସାମିଲ ହୋଇଥିଲେ । ଏଥି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଂଜନ ନାୟକ ମୁଖ୍ୟଅତିଥି, ଭଦ୍ରକ ଇସ୍କନ ମନ୍ଦିରର ପରିଚାଳକ ତେଜସ୍ୱୀ ଗୌରଦାଶ, ଡ୍ରିମ୍ ଇଣ୍ଡିଆର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ପଣ୍ଡା, ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜନ୍ମାଷ୍ଟମୀର ମହତ୍ୱ ସଂପର୍କରେ ବିଶଦ ଭାବେ ବୁଝାଇଥିଲେ । ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସଂପାଦକ ତଥା ବରିଷ୍ଠ ଅଧିବକ୍ତା ସନ୍ତୋଷ କୁମାର ଦାସ, କୋଷାଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ବସନ୍ତ କୁମାର ମହାନ୍ତି, ସଦସ୍ୟା ରୀନାରାଣୀ ଜେନା, ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତିର ପୂର୍ବୋତର ସମ୍ଭାଗର ପ୍ରଭାରୀ ସୁଧୀର କୁମାର ନାୟକ, ଭଦ୍ରକ ବିଭାଗ ପ୍ରମୁଖ ସୁରତ କୁମାର ମୂଖାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଙ୍କ ଭାଗବତ ପଠନ ସହିତ ଶିଶୁ ମନ୍ଦିରର ଆଚାର୍ଯ୍ୟ/ଆଚାର୍ଯ୍ୟାମାନଙ୍କ ଦ୍ୱାରା କୃଷ୍ଣ ନାମ ସଂକୀର୍ତନ ଓ ଛାତ୍ରଛାତ୍ରୀଙ୍କ ନଗର ଶୋଭାଯାତ୍ରା ବେଶ୍ ଚିତାକର୍ଷକ ହୋଇଥିଲା । ଏହାପରେ ରାଧାକୃଷ୍ଣବେଶଧାରୀ ଛାତ୍ରଛାତ୍ରୀଙ୍କୁ ଦୋଳିରେ ଝୁଲାଯାଇଥିଲା । ଆଚାର୍ଯ୍ୟ ଜୟଶ୍ରୀ ମହାନ୍ତି ସଭା ପରିଚାଳନା କରିଥିବାବେଳେ ଆଚାର୍ଯ୍ୟ ଅନିରୁଦ୍ଧ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।