Home ଜିଲ୍ଲା ପରିକ୍ରମା ଭଦ୍ରକ : ଭଣ୍ଡାରିପୋଖରୀ ଶିଶୁକନ୍ୟା ବିକ୍ରି ଘଟଣା,ସିଡବ୍ଲ୍ୟୁସି ହେପାଜତରେ ଶିଶୁ

ଭଦ୍ରକ : ଭଣ୍ଡାରିପୋଖରୀ ଶିଶୁକନ୍ୟା ବିକ୍ରି ଘଟଣା,ସିଡବ୍ଲ୍ୟୁସି ହେପାଜତରେ ଶିଶୁ

9

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ବୟାବନାପୁର (ବନାପୁର ଦାସସାହି) ଗ୍ରାମର ଶିଶୁକନ୍ୟା ବିକ୍ରି ଅଭିଯୋଗ ପରେ ଜିଲା ଶିଶୁ ସୁରକ୍ଷା କମିଟିକୁ ପୁଲିସ୍ କଟକ ରାଜା ବଗିଚା ଅଂଚଳରୁ ଉଦ୍ଧାର କରି ଜିଲା ଶିଶୁ ସୁରକ୍ଷା କମିଟିକୁ ଗତକାଲି ରାତିରେ ହସ୍ତାନ୍ତର କରିଛି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ (ନ୍ୟୁ ବର୍ଣ୍ଣ ଚାଇଲ୍ଡ ୱାର୍ଡ) ରେ ଉଦ୍ଧାର ଶିଶୁକନ୍ୟାର ଚିକିତ୍ସା ଏବେ ଚାଲିଛି। ରାଜ୍ୟ ଶିଶୁ ସୁରକ୍ଷା କମିଟିର ସଦସ୍ୟା ମନସ୍ମିତା ଖୁଂଟିଆ ଡାକ୍ତରଖାନାରେ ପହଂଚି ଘଟଣା ସଂପର୍କରେ ତଦାରଖ କରିଛନ୍ତି। ତେବେ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ତାକୁ ଗୁରୁବାର ଦିନ ଜିଲା ଶିଶୁ ସୁରକ୍ଷା କମିଟି ସମ୍ମୁଖରେ ହାଜର କରାଯାଇ ପରବର୍ତୀ ନିଷ୍ପତି ଗ୍ରହଣ କରାଯିବ ବୋଲି କମିଟିର ପ୍ରୋବେସନ (ଆଇନ୍ ଅଧିକାରୀ) ସୁବ୍ରତ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜାମିନ୍ ପ୍ରଦାନ କରାଯାଇଥିବାର ଜଣାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଉକ୍ତ ଗ୍ରାମର ସାବିତ୍ରୀ ଦାସଙ୍କ ପୁତ୍ର ଓ ପୁତ୍ରବଧୂ ସିପୁ ଓ ରିନା ତାଙ୍କର ଏକମାତ୍ର ଶିଶୁକନ୍ୟାକୁ ଘରୁ ଡାକ୍ତରଖାନା ନେବାକୁ କହି ଫେରିଲାବେଳେ ଶୂନ୍ୟ ହାତରେ ଫେରିଥିଲେ। ଫଳରେ ଜେଜେମା ସାବିତ୍ରୀ ନାତୁଣୀ ସଂପର୍କରେ ପଚାରି ସେମାନଙ୍କ ଠାରୁ ମାଡ ଗାଳି ଖାଇ ବାଧ୍ୟହୋଇ ଭଣ୍ଡାରିପୋଖରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ମୂଳେ ସାବିତ୍ରୀଙ୍କ ଘରେ ବୋହୂ ରିନାଙ୍କ ମା’ (ସମୁଦୁଣୀ) ରହୁଥିବାବେଳେ ସେମାନେ କନ୍ୟା ସନ୍ତାନ ଜନ୍ମ ହୋଇଥିବାରୁ ତାକୁ କୌଣସି ଜାଗାରେ ବିକ୍ରି କିମ୍ବା ହତ୍ୟା କରିଥିବାର ସନ୍ଦେହ କରିଥିଲେ। ଏହି ଅଭିଯୋଗ ମୂଳେ ପୁଲିସ୍ ୧୭/୨୬ ମୂଳେ ଏକ ମାମଲା ରୁଜୁ କରି ଏକ ଟିମ୍ ଶିଶୁକନ୍ୟାଟିକୁ ଉଦ୍ଧାର କରିବାକୁ ଯାଇ ରାଜା ବଗିଚାରେ ରହୁଥିବା ରିନାର ଖୁଡି ଠାରୁ ଶିଶୁଟିକୁ ଉଦ୍ଧାର କରିଥିଲେ। ତେବେ ସେ ଶିଶୁଟିକୁ କ୍ରୟ କରିଥିବାର ଅସ୍ୱୀକାର କରିଥିଲେ। ଶିଶୁକନ୍ୟାଟିର ମାତା ରିନା ପୂର୍ବରୁ ବିବାହିତ। ପୂର୍ବ ସ୍ୱାମୀଙ୍କ ଔରସରୁ ତାଙ୍କର ଦୁଇଟି ସନ୍ତାନ ଅଛି। ଅର୍ଥ ଲାଳସାରେ ଓ କନ୍ୟା ସନ୍ତାନ ପ୍ରତି ବିମୁଖ ହୋଇ ଶିଶୁଟିକୁ ସେ ବିକ୍ରି କରିଥିବାର ଅନୁମାନ କରାଯାଉଛି। ତେବେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ତତ୍ପରତା ଯୋଗୁଁ ଶିଶୁଟିକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.