Home ଜିଲ୍ଲା ପରିକ୍ରମା ଭଦ୍ରକ : ଭଣ୍ଡାରିପୋଖରୀ ମଣିନାଥପୁରରୁ ଉଦ୍ଧାର ହୋଇଥିବା ବିରଳ ୧୮ ପ୍ରାଚୀନ ମୂର୍ତି ୬ଷ୍ଠ କିମ୍ବା...

ଭଦ୍ରକ : ଭଣ୍ଡାରିପୋଖରୀ ମଣିନାଥପୁରରୁ ଉଦ୍ଧାର ହୋଇଥିବା ବିରଳ ୧୮ ପ୍ରାଚୀନ ମୂର୍ତି ୬ଷ୍ଠ କିମ୍ବା ୭ମ ଶତାବ୍ଦୀର

5

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ମଣିନାଥପୁର ଗ୍ରାମରୁ ଗତ ସପ୍ତାହକ ମଧ୍ୟରେ ଶିବ ଓ ବୁଦ୍ଧଦେବଙ୍କ ସମେତ ୧୮ଟି ପ୍ରାଚୀନ ମୂର୍ତି ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ ୧୨ଟି ଶୈବ ସଂସ୍କୃତି ମୂର୍ତି ସହ ଖୋଦିତ ଅର୍ଘ୍ୟ ମନ୍ଦିର ଥିବାବେଳେ ୬ଟି ବୌଦ୍ଧ ଦେବାଦେବୀ ଥିବା ବୌଦ୍ଧ ଅର୍ଘ୍ୟ ସୁପ୍ତ ରହିଛି। ଗବେଷକ ଓ ଅନୁସନ୍ଧାନକାରୀମାନଙ୍କ ପରୀକ୍ଷା ନିରୀକ୍ଷାରୁ ଏହି ଜିଲାର ବୈତରଣୀ ନଦୀ କୂଳରୁ ଉଦ୍ଧାର ହୋଇଥିବା ଉପରୋକ୍ତ ମୂର୍ତି ଗୁଡିକ ୬ଷ୍ଠ କିମ୍ବା ୭ମ ଶତାବ୍ଦୀର ସାଧାରଣ ଯୁଗର। ଏହି କଳାକୃତି ଗୁଡିକରେ ଖୋଦିତ କ୍ଷୁଦ୍ର ମନ୍ଦିର ଏବଂ ‘ଅର୍ଘ ସ୍ତୁପ୍ତ’ ଅନ୍ତର୍ଭୁକ୍ତ ବୋଲି ସେମାନେ କହିଛନ୍ତି। ସ୍ଥାନୀୟ ଅଂଚଳର ବିବେକାନନ୍ଦ ନାମକ ଜଣେ ଯୁବକ ପ୍ରାତଃ ଭ୍ରମଣ ସମୟରେ ବୈତରଣୀ କୂଳରେ ଏକ ପ୍ରତିମୂର୍ତିକୁ ଝୁଂଟିପଡିଥିଲେ। ଏବଂ ମୂର୍ତିଗୁଡିକ ଦେଖି ସଂଗେ ସଂଗେ ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚୁରାଲ ହେରିଟେ୍‌ଜ (ଇନଟାକ ସଦସ୍ୟ) ତଥା ଯୁବ ଅନୁସନ୍ଧାନକାରୀ ବିଶମ୍ବର ରାଉତଙ୍କୁ ଖବର ଦେଇଥିଲେ। ଶ୍ରୀ ରାଉତ ଉକ୍ତ ଅଂଚଳକୁ ଯାଂଚ କରି ୧୮ଟି ପ୍ରାଚୀନ ମୂର୍ତି ଏବଂ ଛୋଟ ମନ୍ଦିର ଚିହ୍ନଟ କରିଥିଲେ। ଏହି ମୂର୍ତି ଗୁଡିକରେ ହିନ୍ଦୁଙ୍କର ଆରାଧ୍ୟ ଦେବ ଶିବ, ପାର୍ବତୀ, ଗଣେଶ, ବୁଦ୍ଧ, ତାରା, ପଦ୍ମପାଣି ରହିଛି। ପରେ ସଂରକ୍ଷଣ ଓ ପ୍ରଦର୍ଶନ ପାଇଁ ମୂର୍ତିଗୁଡିକୁ ବୌଦ୍ଧବିହାର ସଂଗ୍ରହଳୟାକୁ ହସ୍ତାନ୍ତର କରାଯାଇଛି। ଭଦ୍ରକ ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ସିଂ କହିଛନ୍ତି ଯେ ସେ ଉକ୍ତ ଅନୁସନ୍ଧାନ ବିଷୟରେ ସୂଚନା ପାଇବା ପରେ ଇନଟାକ ସଦସ୍ୟମାନଙ୍କୁ ଖବର ଦେଇଥିଲେ। ଏବଂ ପରେ ସେମାନେ ଉକ୍ତ ପୁରାତନ ମୂର୍ତି ଗୁଡିକୁ ସଂଗ୍ରହାଳୟରେ ସଂରକ୍ଷଣ କରିଥିଲେ। ଏହି ସ୍ଥାନ ଯାଂଚ କରିବା ପରେ ପ୍ରଖ୍ୟାତ ପ୍ରତ୍ନତତ୍ୱ ବିତ୍ ଡ. ସୁନୀଲ ପଟ୍ଟନାୟକ ଉକ୍ତ କଳାକୃତିର ମହତ୍ୱକୁ ନିଶ୍ଚିତ କରି ଖ୍ରୀଷ୍ଟାବ୍ଦ ୬ଷ୍ଠ ରୁ ୮ମ ଶତାବ୍ଦୀ ମଧ୍ୟରେ ଖୋଣ୍ଡା ଲାଇଟ୍ ପଥରରେ ଉପରୋକ୍ତ ଶିବ ଓ ବୌଦ୍ଧ ମୂର୍ତିଗୁଡିକ ନିର୍ମିତ ଭଳି ଚିହ୍ନଟ କରିଛନ୍ତି। ଶ୍ରୀ ପଟ୍ଟନାୟକ ଶିବ, ପାର୍ବତୀ, ଗଣେଶ, ବୁଦ୍ଧ, ପଦ୍ମପାଣି, ତାରା, ଭୈରବ ଏବଂ ନୃତ୍ୟଶିଳ୍ପୀଙ୍କ ମୂର୍ତି ଗୁଡିକର କଳାତ୍ମକ ଉର୍କଷତା ଉପରେ ଆଲୋକପାତ କରିଛନ୍ତି। କେତେକ କ୍ଷୁଦ୍ର ମନ୍ଦିର ଗୁଡିକ ୪.୫ ଫୁଟ୍ ଉଚ୍ଚର ହୋଇଥିବାବେଳେ କଳାକୃତି ଗୁଡିକ ମଧ୍ୟରେ ଥିବା ଶିବ ଏବଂ ବୁଦ୍ଧ ଗୁଡିକ ଅମୂଲ୍ୟ ସାଂସ୍କୃତିକ ତଥା ଧାର୍ମିକ ପ୍ରତୀକ ବୋଲି କହିଛନ୍ତି। ଅନୁସନ୍ଧାନକାରୀମାନଙ୍କ କହିବା ମୂଳେ ଏହା ଏହି ଅଂଚଳର ବହୁ ପୁରାତନ ସାଂସ୍‌ୃତିକ ଐତିହ୍ୟକୁ ଆଲୋକିତ କରିବା ସହ ଐତିହାସିକଙ୍କ ଦୃଷ୍ଟି ଆକର୍ଷଣ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.