ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ଯୁକ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୭୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୨୫ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୮ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ , ମୁଖ୍ୟମନ୍ତ୍ରୀ ସହାୟତା ନିଧି ଅଧିନସ୍ଥ ୪ଟି ଓ ରେଡ କ୍ରଶ ଅଧିନସ୍ଥ ୪ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୪୨ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସହାୟତା ନିଧି ଓ ଜିଲ୍ଲା ରେଡକ୍ରସ୍ ନିଧି ମାଧ୍ୟମରେ ୮ଜଣ ଅଭିଯୋଗକାରୀଙ୍କୁ ମୋଟ ୩୩,୦୦୦/- ଟଙ୍କା ମଞ୍ଜୁର କରାଯାଇଛି। ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏବଂ ଜିଲ୍ଲା ଆରକ୍ଷି ଅଧିକ୍ଷକ ମନୋଜ ରାଉତଙ୍କ ସମେତ ମୁଖ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ମଧ୍ୟ ଉପସ୍ଥିତ ଥିଲେ।








