ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚଳିତ ମାସର ୩ୟ ସୋମବାର ଦିନ ଭଦ୍ରକ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ, ଭଦ୍ରକ ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୫୮ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୪୮ଟି ବ୍ୟକ୍ତିଗତ ଓ ୧୦ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ୧୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍.ପି. ବାସୁଦବେ ସାହୁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଡ଼ାକ୍ତର ସୁଧୀର ରଞ୍ଜନ ନାୟକ, ଭଦ୍ରକ ବି.ଡ଼ି.ଓ. ରଶ୍ମି ରଞ୍ଜନ ମଲ୍ଲିକ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ୍ତ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ଆନୁକୂଲ୍ୟରେ ୩ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲାପାଳ ତିନି ଚକିଆ ସାଇକେଲ ବିତରଣ କରିଥିଲେ ।