Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଭଦ୍ରକ ବ୍ଲକରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

4

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନୀକ ପ୍ରଦର୍ଶନୀ ମେଳା ଭଦ୍ରକ ବ୍ଲକର ଲାଲାଜୀ ଉଚ୍ଚ ମ।ଧ୍ୟମିକ ବିଦ୍ୟାଳୟ, ସାହାଡ଼ା ଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ବିଜ୍ଞାନ ସଂଯୋଜକ ବୈକୁଣ୍ଠ ବିଶ୍ୱାଳ ଙ୍କ ସହାୟତା ରେ ୨୩ଗୋଟି କ୍ଲଷ୍ଟର ଅଧିନସ୍ଥ ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ରୁ ୧୦୨ ଗୋଟି ବିଜ୍ଞାନ ବିଭାଗ ରେ ଏବଂ ପରିବେଶ ବିଜ୍ଞାନରେ ୬୩ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ଉତ୍ସବ କୁ ଦେପୁଟି କଲେକ୍ଟର ତଥା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ। ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲିକ ଙ୍କ ସଭାପତିତ୍ୱରେ ଏକ ସଭା ହୋଇଥିଲା। ଏହି ସଭା ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ। ଉର୍ମିଳା ନାୟକ, ରାଜ୍‌ଯ ବିଜ୍ଞାନ ଏକାଡେମି ର ସଦସ୍ୟ ନିହାର ରଞ୍ଜନ କର ମୂଖ୍ୟ ବକ୍ତା ଭାବେ ଉପସ୍ଥିତ ହୋଇ ମାନବ ସମାଜ ନିମନ୍ତେ ବିଜ୍ଞାନ ର ଆବଶ୍ୟକତା ଓ ଉପକାରିତା ବିଷୟରେ ଗୁରୁତ୍ୱାରୋପ କରିଥଲେ। ବିଜ୍ଞାନ ପ୍ରଦର୍ଶନୀ ଓ ପରିପୋଷଣୀୟ ଜୀବନ ଶୈଳୀ ମେଳା ରେ ସ୍ଥାନୀୟ ସରପଂଚ ମାଧବ ମଲ୍ଲିକ, ଏ ଡି ଇ ଓ ଜଗବନ୍ଧୁ ସାହୁ, ବି ଡି ଓ ରଶ୍ମୀ ରଂଜନ ମଲ୍ଲିକ, ଡ. ପୂର୍ଣ୍ଣଚନ୍ଦ୍ର ଦାଶ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ସି ଆର ସି ସି ବାଜୁନ ସିଂ, ଭଦ୍ରକ ସରକାରୀ ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ଲ।ଲ।ଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଦିପ୍ତିମୟୀ ସାହୁ ଓ ସଭା ପତି ହିରାଲାଲ ମୁଦୁଲି ପ୍ରମୁଖ ଅତିଥି ବୃନ୍ଦ ଉପସ୍ଥିତ ହୋଇ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ଅଧ୍ୟୟନ ଓ ଅଧ୍ୟବସାୟ ବଜାୟ ରଖିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥଲେ। ଆଜିର ପ୍ରଦର୍ଶନୀ ମେଳା ରେ ସ୍ଥାନ ପାଇଥିବା ପ୍ରକଳ୍ପ ଗୁଡ଼ିକୁ ସତ୍ୟ ରଞ୍ଜନ ଖୁଂଟିଆ, ରମେଶ କୁମାର ଦାଶ, ମୃତ୍ୟୁଞ୍ଜୟ ସାମଲ ଓ ବିନୟ ରଞ୍ଜନ ଜେନା ପ୍ରକଳ୍ପ ର ବିଭିନ୍ନ ଦିଗ କୁ ବିଚାର କରି ମୂଲ୍ୟାୟନ କରିଥଲେ। ଅପରାହ୍ନ ବେଳକୁ ଦ୍ୱିତୀୟ ପର୍ଯ୍ୟାୟ ରେ ଆରମ୍ଭ ହୋଇଥିଲା ଉଦଯାପନ ଉତ୍ସବ। ଏହି ଉଦଯାପନ ଉତ୍ସବ ରେ ଅତିଥି ରୂପେ ଏ. ବି .ଇ.ଓ ସୁମନ ମାଳ। ରାଉତ୍‌, ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ପାନମଣୀ ବେଶ୍ର।, ଉମେଶ ଚନ୍ଦ୍ର ମାଝୀ, ଭୀମ ଚରଣ ପରିଡ଼ା, ନରେନ୍ଦ୍ର ପ୍ରସାଦ ସାହୁ, ପ୍ରଶାନ୍ତ କୁମାର ସାହୁ ଓ ଲ।ଲଜୀ ପଞ୍ଚସଖା ଶି କ୍ଷାସେତୁ ହାଇସ୍କୁଲ ର ଅଧକ୍ଷ ଯୋଗ ଦାନ କରି ପ୍ରକଳ୍ପ ରେ ଭ।ଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ। ମଂଚ ଉପରେ ମୃତ୍ୟୁଞ୍ଜୟ ମହାନ୍ତି ଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଗୁଡ଼ିକର ନାମ ଘୋଷଣା କରାଯିବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମାଣ ପତ୍ର, ସିଲ୍ଡ, ପୁରସ୍କାର ବିତରଣ କରି ପିଲା ମାନଙ୍କୁ ସମ୍ମାନିତ କରିଥିଲେ। ବ୍ଲକ ର ୨୩ଗୋଟି କ୍ଳଷ୍ଟର ରେ ସି ଆର ସି ସି ମାନେ କାର୍ଯ୍ୟ କ୍ରମ କୁ ପରିଚ।ଳନ। କରିଥିବା ବେଳେ ଆୟୋଜିତ ସଭାରେ ଚନ୍ଦ୍ରକାନ୍ତ ଶୁକ୍ଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ରାଜେନ୍ଦ୍ର ଜେନ। ଧନ୍ୟ ବାଦ ଅର୍ପଣ କରିଥିଲେ। ଆଜିର ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଲାକୁ ସଫଳ କରାଇବାରେ ଚାରୁଲତା ମହାପାତ୍ର, ଅରବିନ୍ଦ ଦୀକ୍ଷିତ, ସମୀର ଜେନା, ନୀଳାଦ୍ରି ତ୍ରିପାଠୀ, ରାଜେଶ ଦାସ ପ୍ରମୁଖ ଶିକ୍ଷକ ନେତା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.