Home ଜିଲ୍ଲା ପରିକ୍ରମା ଭଦ୍ରକ – ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ – ବ୍ରାଉନସୁଗାର ଜବତ, ୨ ଗିରଫ

13

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜାର ଥାନା ଅଂଚଳରେ ବ୍ରାଉନ ସୁଗାର ଜବତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ପୁରୁଣାବଜ଼ାର ଥାନାର ଏକ ଟିମ ସରିଦାବାଦ ବ୍ରିଜ ଉପରେ ବ୍ରାଉନ ସୁଗାର କାରବାର ହେବାକୁ ନେଇ ସୂଚନା ପାଇଥିଲା। ସେଠାରେ ପୋଲିସ ଟିମ ପହଂଚିଥିଲା। ଏକ ମଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ଶଙ୍କରପୁର ଅଂଚଳ କୁ ଫେରୁଥିବା ବେଳେ ତାଙ୍କ ଉପରେ ସନ୍ଦେହ ହେବାରୁ ଅଟକାଇଥିଲା ପୋଲିସ। ତାଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୩୫.୫ ଗ୍ରାମ ବ୍ରାଉନ ସୁଗାରକୁ ଜବତ କରିବା ସହ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିବା ସହ ଏକ ମଟର ସାଇକେଲ କୁ ଜବତ କରିଛି ପୁରୁଣାବଜାର ପୋଲିସ। ଏହି ଦୁଇ ଜଣ ଯୁବକ ହେଉଛନ୍ତି ଶଙ୍କରପୁର ଅଂଚଳର ଏସ.କେ ଦାୟନ ଓ ଫରଜାନ ସାହା (ସାହିଲ)। ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବା ନେଇ ପୋଲିସ ପୁରୁଣାବଜାର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ ମାଝୀ। ତେବେ ଏହି ଦୁଇ ଜଣ ବ୍ୟତୀତ ଆଉ କେଉଁ ମାନେ ଏହି ବ୍ରାଉନ ସୁଗାର କାରବାର ରେ ସମ୍ପୃକ୍ତ ଅଛି ତାହାକୁ ନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.