ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ଖଣ୍ଡତରା ପଂଚାୟତର ପୂର୍ବତନ ସମିତି ସଭ୍ୟ ସନ୍ତୋଷ ରଂଜନ ଭଟ୍ଟାଚାର୍ଯ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଏବଂ ଭଦ୍ରକ ବିଧାୟକଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିଶ୍ୱାସ ରଖି ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଭଦ୍ରକର ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ଏବଂ ଖଣ୍ଡତଡା ପଂଚାୟତର ବହୁ ବିଜୁ ଜନତା ଦଳର କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।