Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ସମସ୍ତ ୨୮ ଜୋନ୍‌ରେ ଦେଲା ପ୍ରାର୍ଥୀ, ବିଜେପି ଜିଲ୍ଲାପରିଷଦ ନିଶ୍ଚୟ ଗଠନ କରିବ...

ଭଦ୍ରକ ବିଜେପି ସମସ୍ତ ୨୮ ଜୋନ୍‌ରେ ଦେଲା ପ୍ରାର୍ଥୀ, ବିଜେପି ଜିଲ୍ଲାପରିଷଦ ନିଶ୍ଚୟ ଗଠନ କରିବ – ବିଜେପି

36

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୭ ବ୍ଲକରେ ମୋଟ ୨୮ଗୋଟି ଜିଲ୍ଲା ପରିଷଦ ଜୋନ ରହିଛି। ଗତ ପଞ୍ଚାୟତ ନିର୍ବାଚନ ଭଳି ବିଜେପି ଏହି ନିର୍ବାଚନରେ ସମସ୍ତ ୨୮ଟି ଯାକ ଜୋନରେ ଦଳ ପ୍ରାର୍ଥୀ ଦେଇଛି। ଗତ ନିର୍ବାଚରେ ୨୪ଟି ଜୋନକୁ ବିଜେଡ଼ି ହାତେଇଥିବା ବେଳେ ୪ଟି ଜୋନ ଯଥା ୧୦, ୧୧, ୧୨ ଓ ୧୩ ନଂ ଜୋନ୍‌ରୁ ବିଜେପି ବିଜୟୀ ହୋଇଥିଲା। ତେବେ ଏଥର ନିର୍ବାଚନ ଶାସକ ବିଜେଡି ବିରୋଧୀ ହାୱା ଥିବାରୁ ବିଜେପି ନିଶ୍ଚୟ ଜିଲ୍ଲାପରିଷଦ ହାତେଇବ ଏବଂ ଅଧ୍ୟକ୍ଷ ବଜେପିରୁ ହେବ ବୋଲି ଜିଲ୍ଲା ସଭାପତି ହେମନ୍ତ ପାଢୀ କହିଛନ୍ତି। ଚଳିତ ନିର୍ବାଚନରେ ୧ନଂ ଜୋନରୁ ସୁରେଶ ସାହୁ, ୨ଂ- ଅଶୋକ ରାଉଳ, ୩ ନଂ – ସୁଜାତା ମଣ୍ଡଳ, ୪ ନଂ- ଚାନ୍ଦିନି ତ୍ରିପାଠୀ, ୫ ନଂ- ତ୍ରିଦିବେଶ ପ୍ରଧାନ, ୬ ନଂ-ପ୍ରିୟଙ୍କା ନନ୍ଦ, ୭ ନଂ- ସୁଚିସ୍ମିତା ପୁହାଣ, ୮ ନଂ- ଝରଣା ଜେନା, ୯ ନଂ- ଲାଲା ମୋହନ ଦାସ, ୧୦ ନଂ- ରଂଜିତା ସ୍ୱାଇଁ, ୧୧ ନଂ – ପୁଷ୍ପାଞ୍ଜଳି ସାମଲ, ୧୨ ନଂ – ବୈକୁଣ୍ଠ ସାହୁ, ୧୩ ନଂ -ଚତୁର୍ଭୁଜ ନାୟକ, ୧୪ ନଂ – ଦମୟନ୍ତୀ ଜେନା, ୧୫ ନଂ- ସୁଧାଂଶୁ ଶେଖର ଜେନା, ୧୬ ନଂ – ଲିଜା ଦେହୁରୀ, ୧୭ ନଂ – ସନ୍ଧ୍ୟାରାଣି ଷଡଙ୍ଗୀ, ୧୮ ନଂ – ମାନସ କୁମାର ସାହୁ, ୧୯ ନଂ – କୈଳାସ ଚନ୍ଦ୍ର ପଣ୍ଡା, ୨୦ ନଂ – ଜଗବନ୍ଧୁ ମଳିକ, ୨୧ ନଂ – ରାଧାରାଣି ମହାକୁଡ, ୨୨ ନଂ- ସ୍ୱରାଜ ମହାପାତ୍ର, ୨୩ ନଂ – ସୁରେଶ ସାମଲ, ୨୪ ନଂ – ଅକ୍ଷୟ କୁମାର ସାମଲ, ୨୫ ନଂ- ପ୍ରଜ୍ଞାପରମିତା ଜେନା, ୨୬ ନଂ- ସାଗରିକା ସେଠୀ, ୨୭ ନଂ- ଜୟନ୍ତ ମହାପାତ୍ର, ୨୮ ନଂ ଜୋନ୍‌ରୁ କଳ୍ପନା ଜେନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.