ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ବିଧାନସଭା ଅନ୍ତର୍ଗତ, ମା ଦାଣ୍ଡ ବାସୂଳି ମଣ୍ଡଳ ଜଗଦଳପୂର୍ ପଞ୍ଚାୟତର ସରପଞ୍ଚ ଏବଂ ରମ୍ୱିଳା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟାଙ୍କ ସହ ଦୁଇ ପଞ୍ଚାୟତର ଶତାଧିକ ସମର୍ଥକ ମାନେ ଭଦ୍ରକ ବିଧାନସଭା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି ।








